Below header

୨୦୧୯ରେ କିଏ ହେବ ରାଜ୍ୟ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ? ଅପରାଜିତାଙ୍କ ଇନ୍‌ ପରେ, ଜଟିଳ ଅଙ୍କକୁ ନେଇ ଚାଲିଛି ଚର୍ଚ୍ଚା

ଭୁବନେଶ୍ବର : କେନ୍ଦ୍ରରେ ବିଜେପି ସରକାର ଗଠନ ପରଠାରୁ ଧର୍ମେନ୍ଦ୍ର ପ୍ରଧାନ ବହୁ ଦିନ ହେବ, ରାଜ୍ୟ ବିଜେପିର ସେନାପତି ରହି ଆସିଛନ୍ତି। ରାଜ୍ୟ ହେଉ କି କେନ୍ଦ୍ରର ପ୍ରସଙ୍ଗ, ସବୁଥିରେ ଆଗରେ ରହୁଛନ୍ତି ଧର୍ମେନ୍ଦ୍ର । କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ଧର୍ମେନ୍ଦ୍ର ଆମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ତାଙ୍କ ନେତୃତ୍ୱରେ ନିର୍ବାଚନ ଲଢିବୁା ଏହାକୁ ସମର୍ଥନ କରିଛନ୍ତି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଓ ବିଜେପି ବିଧାୟକ ଦଳ ନେତା କେ.ଭି ସିଂଦେଓ। ୨୦୧୯ ନିର୍ବାଚନରେ ଧର୍ମେନ୍ଦ୍ର ପ୍ରଧାନ କଣ ସତରେ, ରାଜ୍ୟରୁ ନିର୍ବାଚନ ଲଢିବେ। ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ମୋହର ମାରିବ?

ସେପଟେ ଅପରାଜିତା ଷଡଙ୍ଗୀ ବିଜେପିରେ ଯୋଗ ଦେବା ପରଠାରୁ ତାଙ୍କ ଭବିଷ୍ୟତ ଭୂମିକାକୁ ନେଇ ରାଜ୍ୟ ବିଜେପି କ୍ୟାମ୍ପରେ ଭିନ୍ନ ଗୁଂଜରଣ ସୃଷ୍ଟି ହେଲାଣି । ତାଙ୍କୁ ରାଜ୍ୟ କାଯ୍ୟାର୍ଳୟରେ ସ୍ୱାଗତ ସମ୍ବର୍ଦ୍ଦନା କାଯ୍ୟର୍କ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଥିଲେ, ଆପଣ ଆମ ରାଜ୍ୟର ଗୌରବ । ଆପଣଙ୍କ ନେତୃତ୍ୱରେ ଆମ ରାଜ୍ୟ ସୁରକ୍ଷିତ ରହିବ ।

ଡିସେମ୍ବର ୧୧ରେ ୫ଟି ରାଜ୍ୟର ଫଳାଫଳ ପ୍ରକାଶ ପାଇବ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟପ୍ରଦେଶ ଦାୟିତ୍ୱରେ ଅଛନ୍ତି । ଯଦି ଦଳ ସେଠାରେ ବିଜୟୀ ହୁଏ ତାହାଲେ ଦଳରେ ଧର୍ମେନ୍ଦ୍ରଙ୍କ ଗୁରୁତ୍ୱ ବଢିବ । ଯଦି ଦଳ ସେଠାରେ ଭଲ ପ୍ରଦର୍ଶନ ନକରେ ଏହାର ପ୍ରଭାର ତାଙ୍କ ଉପରେ ଏବଂ ଓଡିଶାରେ ତାଙ୍କ ନେତୃତ୍ୱ ଉପରେ କଣ ପଡୁଛି ତାହା ଉପରେ ସମସ୍ତଙ୍କ ନଜର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.