ଭୁବନେଶ୍ୱର ବିମାନବନ୍ଦର ହେବ ଇଣ୍ଟରନ୍ୟାସନାଲ ୱର୍ଲଡ କ୍ଲାସ ଏୟାରପୋର୍ଟ ,୯୩୦ କୋଟି ଟଙ୍କାରେ ନିର୍ମାଣ ହେବ ତୃତୀୟ ଟର୍ମିନାଲ

ଭୁବନେଶ୍ୱର : ବଢ଼ିବ କଳେବର । ଭୁବନେଶ୍ୱର ବିମାନବନ୍ଦର ହେବ ଇଣ୍ଟରନ୍ୟାସନାଲ ୱର୍ଲଡ କ୍ଲାସ ଏୟାରପୋର୍ଟ । ଆବଶ୍ୟକ ପଦକ୍ଷେପ ନେବେ କେନ୍ଦ୍ର ସରକାର । ଭୁବନେଶ୍ୱର ବିମାନବନ୍ଦର ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧିବାରେ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆଉ ଏକ ଟର୍ମିନାଲ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ତୃତୀୟ ଟର୍ମିନାଲ କାମ ଆସନ୍ତା ବର୍ଷ ଜୁଲାଇ କିମ୍ବା ଅଗଷ୍ଟରୁ ଆରମ୍ଭ ହେବ । ତିନି ବର୍ଷରେ କାମ ସରିବ । ଖର୍ଚ୍ଚ ହେବ ୯ଶହ ୩୦ କୋଟି ଟଙ୍କା । ତୃତୀୟ ଟର୍ମିନାଲ କାର୍ଯ୍ଯକ୍ଷମ ହେଲେ ଭୁବନେଶ୍ୱର ଏୟାରପୋର୍ଟରୁ ବାର୍ଷିକ ୮୦ ଲକ୍ଷ ଯାତ୍ରୀ ଯାଆସ କରିପାରିବେ।

ସେପଟେ ଝାରସୁଗୁଡା ବିମାନବନ୍ଦର ଅଚଳାବସ୍ଥାକୁ ଦୂର ପାଇଁ ଉଦ୍ୟମ ଚଳାଇଛନ୍ତି କେନ୍ଦ୍ର ସରକାର । ବିମାନ ସେବା ପାଇଁ ଡିସେମ୍ବର ୩୧ ସୁଦ୍ଧା ସରିବ ନିଲାମି ପ୍ରକ୍ରିୟା । ଜାନୁଆରୀରେ ଝାରସୁଗୁଡ଼ାରୁ ପୁଣି ବିମାନ ଉଡ଼ିବ । ଏହା କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳର ମନ୍ତ୍ରାଳୟର ଯୁଗ୍ମ ସଚିବ ।

ଉତକେଲାରେ ଏକ ଛୋଟ ଏୟାରପୋର୍ଟ ନିର୍ମାଣ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ବେସାମରିକ କ୍ଷେତ୍ରରେ ରାଜ୍ୟରେ ଭିତ୍ତିଭୂମି ବିକାଶ ପାଇଁ ମନ୍ତ୍ରାଳୟର ଅଧିକାରୀମାନେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.