ସରକାରୀ ଯୋଜନାରେ ସ୍ୱଚ୍ଛତା ଆଣିବାକୁ ଆସିଲା ‘ପିଠା’

ଭୁବନେଶ୍ବର : ନୂଆ ଅଭିଯାନ ‘ପିଠା’ ଘୋଷଣା କଲେ ମୁୁଖ୍ୟମନ୍ତ୍ରୀ । ପିପୁଲସ ଏମ୍ପପାୱାରମେଣ୍ଟ -ଏନବଲିଂ ଟ୍ରାନସପରେନସୀ ଆଣ୍ଡ ଆକାଉଣ୍ଟାବିଲିଟି ଅଫ ଓଡ଼ିଶା ଇନସିଟେଭସ-ପିଠା ଆମ ଗାଁ ଆମ ବିକାଶ ଅଧୀନ ଏକ ଉପଯୋଜନା । ଏହା ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ସଂପର୍କରେ ଜନସାଧାରଣଙ୍କୁ ଅବଗତ କରିବା ସହ ସ୍ୱଚ୍ଛତା ଆଣିବା ପାଇଁ ଲକ୍ଷ୍ୟ ରହିଛି । ରାଜ୍ୟ ସରକାରଙ୍କ ଥ୍ରି-ଟି ଅଭିଯାନର ଏହା ମଧ୍ୟ ଏକ ଅଂଶ । ଏହି ଅଭିଯାନରେ ପ୍ରତି ମାସ ୧୫ ରୁ ୨୦ ତାରିଖ ଯାଏଁ କ୍ୟାମ୍ପ ଆୟୋଜନ କରାଯିବ । ପ୍ରତି ବ୍ଲକ ସ୍ତରରେ ତଦାରଖ କରିବେ ପର‌୍ୟ୍ୟବେକ୍ଷକ । ସେମାନଙ୍କୁ ସ୍ୱେଚ୍ଛାସେବୀ ସହଯୋଗ କରିବେ । ବ୍ଲକ ସ୍ତରରେ ପ୍ରତି ମାସରେ ଶ୍ରେଷ୍ଠ ପଞ୍ଚାୟତକୁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ମିଳିବ । ସେହିପରି ଜିଲ୍ଲା ଓ ରାଜ୍ୟ ସ୍ତରରେ ମଧ୍ୟ ପୁରସ୍କାର ପ୍ରଦାନର ବ୍ୟବସ୍ଥା ରହିଛି ।

Leave A Reply

Your email address will not be published.