Below header

ହକି ବିଶ୍ୱ କପ୍‌ : ଆର୍ଜେଣ୍ଟିନା ଠାରୁ ୩-୦ ଗୋଲ୍‌ରେ ହାରିଲା ନ୍ୟୁଜିଲାଣ୍ଡ

ଭୁବନେଶ୍ୱର (କେ ନ୍ୟୁଜ୍‌) : ପୁଲ୍‌ ‘ଏ’ରେ ଆର୍ଜେଣ୍ଟିନା ଶୀର୍ଷରେ । ଆଜି ଅନୁଷ୍ଠିତ ହକି ବିଶ୍ୱ କପ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୩-୦ ଗୋଲ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି ।

ARGENTINA-2
ଆର୍ଜେଣ୍ଟିନାର ଅଗଷ୍ଟିନ୍‌ ମାଜିଲି ମ୍ୟାଚ୍‌ର ୨୩ ମିନିଟ୍‌ରେ ଗୋଲ୍‌ ସ୍କୋର କରି ଦଳକୁ ଆଗେଇ ନେଇଥିଲେ । ପୁଣି ୪୧ ମିନିଟ୍‌ରେ ଲୁକାସ୍‌ ଭିଲ୍ଲା ଏହାକୁ ୨-୦ରେ ପହଞ୍ଚାଇଥିଲେ । ପରେ ଲୁକାସ ମାର୍ଟିନେଜ୍‌ ୫୫ ମିନିଟ୍‌ରେ ତୃତୀୟ ଗୋଲ୍‌ ସ୍କୋର କରିଥିଲେ ।
ଉଭୟ ଆର୍ଜେଣ୍ଟିନା ଓ ନ୍ୟୁଜିଲାଣ୍ଡ ସେମାନଙ୍କ ପ୍ରଥମ ମ୍ୟାଚ୍‌ ଜିତି ପୁଲ୍‌ ‘ଏ’ର ୧ ନମ୍ବର ଓ ୨ ନମ୍ବର ସ୍ଥାନରେ ଥିଲେ । ଆଜିର ବିଜୟ ପରେ ମୋଟ୍‌ ୬ ପଏଣ୍ଟ ସହ ଆର୍ଜେଣ୍ଟିନା ପ୍ରଥମ ସ୍ଥାନ ବଜାୟ ରଖିବା ସହ ପୁଲ୍‌ ଚାମ୍ପିଅନ୍‌ ହେବାର ଆଶ ଉଜ୍ଜ୍ୱଳ କରିଛି । ବଢ଼ିଆ ଖେଳିଥିବା ଲୁକାସ ଭିଲ୍ଲା ଆଜିର ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି ।

ARGENTINA-3

ଆସନ୍ତାକାଲି ପୁଲ୍‌ ‘ବି’ରେ ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ ଓ ଆୟର୍ଲାଣ୍ଡ ବନାମ ଚୀନ୍‌ ଖେଳ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.