ଓଡ଼ିଶାକୁ ସୁପ୍ରିମକୋର୍ଟଙ୍କ ଝଟକା, ପୋଲଭରମ କାମ ଉପରେ ଲାଗିବନି ବ୍ରେକ୍‌

ବର୍ତ୍ତମାନ ବନ୍ଦ ହେବ ନାହିଁ ପୋଲଭରମ ପ୍ରକଳ୍ପ କାମ । ରହିତାଦେଶ ଦେବାକୁ ମନା କରିଦେଲେ ସୁପ୍ରିମକୋର୍ଟ। କାମ ବନ୍ଦ ପାଇଁ ଆବେଦନ କରିଥିଲେ ରାଜ୍ୟ ସରକାର । ସେପଟେ ଆନ୍ଧ୍ରର ଯୁକ୍ତି ଥିଲା ପ୍ରକଳ୍ପ ନିର୍ମାଣରେ ପ୍ରାୟ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଗଲାଣି । ଏବେ ପ୍ରକଳ୍ପ ବନ୍ଦ ହେଲେ ବହୁ କ୍ଷତି ହେବ। ସବୁର ଶୁଣାଣି କରି କୋର୍ଟ ପ୍ରକଳ୍ପର କାମ ଉପରେ ରହିତାଦେଶ ଦେବାକୁ ମନା କରିଛନ୍ତି । ଏହାସହ ଜନ ଶୁଣାଣି ପାଇଁ ତଥ୍ୟ ସଂଗ୍ରହ ଲାଗି ଉଭୟ ଓଡ଼ିଶା ଓ ଛତିଶଗଡ଼କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପୂର୍ବରୁ କେନ୍ଦ୍ର ସରକାରଙ୍କୁ ଜନ ଶୁଣାଣି ପାଇଁ ଟର୍ମସ ଆଣ୍ଡ କଣ୍ଡିସନସ ନିର୍ଦ୍ଧାରଣ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଜନ ଶୁଣାଣି ରାଜ୍ୟର କାମ ବୋଲି କହି କେନ୍ଦ୍ର ସରକାର ଏଥିରୁ ପଛଘୁଞ୍ଚା ଦେଇଥିଲେ। ସେପଟେ ଓଡ଼ିଶା ସରକାରଙ୍କ ତରଫରୁ କୁହାଯାଇଛି, କେନ୍ଦ୍ର ସରକାର ପ୍ରକଳ୍ପ ସଂପର୍କିତ ସମସ୍ତ ତଥ୍ୟ ଯୋଗାଉ ନାହାନ୍ତି। ଏହାପରେ ପ୍ରକଳ୍ପ ସଂପର୍କରେ ରାଜ୍ୟଗୁଡିକୁ ସଂପୂର୍ଣ୍ଣ ତଥ୍ୟ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ୍‌ ମଦନ ବି. ଲୋକୁର, ଦୀପକ ଗୁପ୍ତା ଓ ଏସ୍‌. ଏ. ନଜିରଙ୍କୁ ନେଇ ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରୁଛନ୍ତି । ଆସନ୍ତା ଜାନୁଆରୀରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.