ଭୁବନେଶ୍ୱରରୁ ଅନ୍ତଃରାଜ୍ୟ ମଦ ମାଫିଆ ଜଗମୋହନ ସାହୁ ଓରଫ ରାଜକୁମାର ଗିରଫ, ଗାଡିରେ ପ୍ରେସ ଲେଖି ଅବକାରୀ ବିଭାଗକୁ ଭୁଆଁ ବୁଲାଉଥିଲା

ଭୁବନେଶ୍ବର(କେନ୍ୟୁଜ୍):  ଅବକାରୀ ବିଭାଗ କବ୍‌ଜାରେ ଆନ୍ତଃରାଜ୍ୟ ମଦ ମାଫିଆ । ଭୁବନେଶ୍ୱରରୁ ମଦ ମାଫିଆ ଜଗମୋହନ ସାହୁ ଓରଫ ରାଜକୁମାର ଗିରଫ । ଜଗମୋହନ ପାଖରୁ ୯ ଲକ୍ଷ ଟଙ୍କା, କାର୍‌,୧ କିଲୋ ୨୦୦ ଗ୍ରାମ ଗଞ୍ଜେଇ, ମୋବାଇଲ ଫୋନ ଓ କଂପ୍ୟୁଟର ହାର୍ଡ ଡିସ୍କକୁ ଜବତ କଲା ଅବକାରୀ ବିଭାଗ । ଅରୁଣାଚଳ ପ୍ରଦେଶରୁ ଓଡ଼ିଶା ଯାଏ ଚାଲିଥିଲା ମଦ କାରବାର । ଏହି ମଦ କାରବାର ଘଟଣାର କିଙ୍ଗଫିନ ଫେରାର ରହିଛି ।

mada mafia

ଗତ ମାର୍ଚ୍ଚ ୧ ତାରିଖରେ ଢେଙ୍କାନାଳରୁ ଏକ ମଦ ବୋଝେଇ କଣ୍ଟେନର ଜବତ କରିଥିଲା ଅବକାରୀ ବିଭାଗ । କଣ୍ଟେନରରୁ ହଜାର ହଜାର ଲିଟର ମଦ ଜବତ ମଧ୍ୟ ହୋଇଥିଲା । ସେହି ଘଟଣାରେ ମଧ୍ୟ ଦୁଇ ଜଣକୁ ଗିରଫ କରାଯାଇଥିଲା । ସେହି ଘଟଣାରେ ଗିରଫଙ୍କ ସୂଚନା ଆଧାରରେ ଜଗମୋହନ କୁ ଗିରଫ କରିଛି ଅବକାରୀ ବିଭାଗ । କାର୍‌ର ପ୍ରେସ ଲେଖି ଦୀର୍ଘ ଦିନ ହେବ ଅବକାରୀ ବିଭାଗକୁ ଭୁଆଁ ବୁଲାଉ ଥିବା ଜଗମୋହନ ଧରାପଡ଼ିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.