Below header

ଧନ ପ୍ରାପ୍ତି ପାଇଁ ୧୪ ମାର୍ଚ୍ଚକୁ କରନ୍ତୁ ଏହି ଉପାୟ, ଖୋଲିଯିବ ଆପଣଙ୍କ ଭାଗ୍ୟ, ଚାରି ଆଡୁ ବର୍ଷିବ ଧନ  

ହିନ୍ଦୁ ଧର୍ମରେ ଏକାଦଶୀ ବ୍ରତକୁ ବିଶେଷ ମହତ୍ୱ ଦିଆଯାଏ | ପ୍ରତି ମାସ 2 ଟି ଏକାଦଶୀ ଆସିଥାଏ | ପ୍ରତି ଏକାଦଶୀର ଅଲଗା ମହତ୍ୱ ରହିଛି | ହେଲେ କିଛି ଏକାଦଶୀ ଖାସ ହୋଇଥାଏ | ଫାଲ୍ଗୁନ ମାସ ଶୁକ୍ଳ ପକ୍ଷ ଏକାଦଶୀକୁ ଅଁଳା ଏକାଦଶୀ କୁହାଯାଏ | ଏହିଦିନ ଭଗବାନ ବିଷ୍ଣୁଙ୍କ ପୂଜାର ବିଧାନ ରହିଛି | ଅମାଲକି ଏକାଦଶୀ ଦିନ ଅଁଳା ବୃକ୍ଷର ପୂଜା ବିଧାନ ରହିଛି | 14 ମାର୍ଚ୍ଚ ସୋମବାରକୁ ଏଥର ଅମାଳିକ ଏକାଦଶୀ ପଡୁଛି | ଏହି ଦିନ ପୂଜା କଲେ ଭଗବାନ ବିଷ୍ଣୁଙ୍କ କୃପା ପ୍ରାପ୍ତ ହୋଇଥାଏ | ଘରେ ଅମାପ ଧନ ସମ୍ପତି ର ବାସ ହୋଇଥାଏ |

ଅମାଳିକ ଏକାଦଶୀ ଦିନ ଏହି ଉପାୟ ଜରୁର କରନ୍ତୁ :

1. ଏହି ଏକାଦଶୀ ଦିନ ଘରେ ଅଁଳା ବୃକ୍ଷ ଲଗାଇଲେ ସବୁ କାର୍ଯ୍ୟରେ ଉନ୍ନତି ହେବ ସହ ଧନ ସମ୍ପତି ପ୍ରାପ୍ତ ହୋଇଥାଏ |

2. ଏହିଦିନ 21 ତାଜା ହଳଦିଆ ଫୁଲରେ ନିର୍ମିତ ମାଳା ଭଗବାନ ବିଷ୍ଣୁଙ୍କୁ ଅର୍ପଣ କଲେ ଭଗବାନ ସନ୍ତୁଷ୍ଟ ହୋଇ ଆଶୀର୍ବାଦ ବର୍ଷା କରନ୍ତି | ଜୀବନରେ ସବୁ କାର୍ଯ୍ୟରେ ସଫଳତା ମିଳେ |

3. ଏହିଦିନ ଅଁଳା ବିଷ୍ଣୁଙ୍କୁ ଅର୍ପଣ କରିବା ସହ ନିଜେ ଖାଇଲେ ସବୁ ମନସ୍କାମନା ପୁର୍ଣ ହୋଇଥାଏ |

4. ମା’ ଲକ୍ଷ୍ମୀଙ୍କ କୃପା ଓ ଧନ ପ୍ରାପ୍ତି ପାଇଁ ଏହିଦିନ ସକାଳେ ଏକ ଆଖି ନଡ଼ିଆ ମା’ଙ୍କୁ ଅର୍ପଣ କରି ପୂଜା କରିବା ପରେ ହଳଦିଆ ରଙ୍ଗ କପଡ଼ାରେ ବାନ୍ଧି ନିଜ ପାଖରେ ରଖନ୍ତୁ |

5. ଏହିଦିନ ଅଁଳା ଗଛରେ ଜଳ ଅର୍ପଣ କରିବ ଦ୍ୱାରା କାର୍ଯ୍ୟ କ୍ଷେତ୍ରରେ ହେଉଥିବା ସମସ୍ୟା ଦୂର ହୋଇଥାଏ |

6. ପତି-ପତ୍ନୀଙ୍କ ମଧ୍ୟରେ ପଡୁନଥିଲେ କିମ୍ବା ଜୀବନ ସାଥୀଙ୍କ ଇଚ୍ଛା ପୁରାଣ ପାଇଁ ଅଁଳା ବୃକ୍ଷରେ 7 ଥର ସୁତା ଗୁଡାନ୍ତୁ | ଏହା ପରେ ଘିଅ ଦୀପ ଜଳାନ୍ତୁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.