ରାଜ୍ୟର ବିଭିନ୍ନ ସ୍ଥାନରେ ଖସିଲା ପାରଦ, ଆସନ୍ତାକାଲିଠୁ ଆହୁରି ବଢିବ ଶୀତ

ଭୁବନେଶ୍ବର: ଫେରିଲା ଶୀତ। ରାଜ୍ୟର ବିଭିନ୍ନ ସ୍ଥାନରେ ଖସିଲା ପାରଦ। ପ୍ରାୟ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିଛି ପାରଦ। ପାଣିପାଗ ବିଭାଗର ସୂଚନା, ଆସନ୍ତାକାଲିଠୁ ଆହୁରି ଖସିପାରେ ତାପମାତ୍ରା। ଫଳରେ ପ୍ରବଳ ଶୀତ ଅନୁଭୂତ ହେବ। ଭୁବନେଶ୍ୱରରେ ୧୬ ଡିଗ୍ରୀକୁ ଖସି ଆସିଛି ସର୍ବନିମ୍ନ ତାପମାତ୍ରା। ଆସନ୍ତା ଦୁଇ ତିନି ଦିନ ପର୍ଯ୍ୟନ୍ତ ଥଣ୍ଡା ପବନ ବହିିବା ସହ ଘନ କୁହୁଡ଼ି ଜାରି ରହିବ। ୫୦ ମିଟର ଯାଏଁ ରାସ୍ତା ଠିକ ଭାବେ ଦୃଶ୍ୟମାନ ହେବନାହିଁ। ଉତ୍ତରରୁ ଥଣ୍ଡା ପବନ ବୋହିବା ଯୋଗୁଁ ରାଜ୍ୟରେ ଥଣ୍ଡା ବଢିବ ।

Leave A Reply

Your email address will not be published.