ରାଜ୍ୟରେ ହ୍ରାସପାଉଛି ତାପମାତ୍ରା, ଆସନ୍ତାକାଲି ଠାରୁ ବଢିବ ଶୀତ

ଭୁବନେଶ୍ବର: ରାଜ୍ୟରେ ହ୍ରାସପାଉଛି ତାପମାତ୍ରା। ଆସନ୍ତା କାଲି ଠାରୁ ଶୀତର ତାପମାତ୍ରା ବଢିବ। ଏକାଧିକ ସ୍ଥାନରେ ତାପମାତ୍ରା ୧୦ଡିଗ୍ରୀ ତଳକୁ ଖସିଆସିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତେବେ ଏବେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଆସନ୍ତା ତିନି ଦିନ ମଧ୍ୟରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ।

ସେପଟେ କନ୍ଧମାଳରେ କମିବାରେ ଲାଗିଛି ପାରଦ । ଅସହ୍ୟ ଜାଡରେ ଥରୁଛି ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି । ଗତକାଲି ତାପମାତ୍ରା ୯ ଡିଗ୍ରୀ ତଳକୁ ଖସିଛି । ଯାହାଫଳରେ ସନ୍ଧ୍ୟା ୫ଟା ପରଠାରୁ ଦୋକାନ ବଜାର ଖାଁ ଖାଁ ହୋଇଯାଉଛି । ସକାଳ ୧୦ଟା ପର‌୍ୟ୍ୟନ୍ତ ଅସହ୍ୟ ଶୀତ ଅନୁଭୂତ ହେଉଛି । ସକାଳୁ ସକାଳୁ ମର୍ଣ୍ଣି ୱାର୍କ କରିବା ସହ ଲୋକେ ଯୋଗ ପ୍ରାଣାୟମ କରୁଛନ୍ତି । ପ୍ରବଳ ଶୀତ ଯୋଗୁ ଲୋକେ ନିଆଁ ପୁଆଁଉଛନ୍ତି । ଚା ଦୋକାନମାନଙ୍କରେ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି । ଦେଶ ବିଦେଶରୁ ପର‌୍ୟ୍ୟଟକଙ୍କ ଭିଡ ଜମୁଛି ଦାରିଙ୍ଗବାଡିରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.