Below header

ଦୁର୍ଗମ ଓ ମାଓପ୍ରବଣ ଅଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସହ ଏକ ସୁସ୍ଥ ପରିବେଶ ଗଢିତୋଳିବାକୁ ଯୁବ ଫାର୍ମାସିଷ୍ଟ ଓ ସହଯୋଗୀଙ୍କ ପ୍ରୟାସ

ବାଲିଗୁଡା(କେ ନ୍ୟୁଜ) : କେବଳ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ସେବା ଯୋଗାଇ ଦେବା ଯେତିକି ଆବଶ୍ୟକ, ତା ’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଏକ ସୁନ୍ଦର ସ୍ୱାସ୍ଥ୍ୟ ବାତାବରଣ ସୃଷ୍ଟି କରିବା। ଏଭଳି କରି ଦେଖାଇଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଦୁର୍ଗମ ଓ ମାଓପ୍ରବଣ ଅଞ୍ଚଳରେ ଅବସ୍ଥିତି ସୁଡ୍ରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଯୁବ ଫାର୍ମାସିଷ୍ଟ ରାଜେଶ କୁମାର ସାହୁ। ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ସରସ ସୁନ୍ଦର କରିବା ସହ ରୋଗୀଙ୍କ ମନରେ ପ୍ରଫୁଲ୍ଲତା ଆଣିବାକୁ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବର୍ଜ୍ୟବସ୍ତୁକୁ ନେଇ ତିଆରି କରିପାରିଛନ୍ତି ଏକ ସୁନ୍ଦର ଉଦ୍ୟମ। ସୁଡ୍ରା ଓ ଆଖପାଖ ପଞ୍ଚାୟତରୁ ଆସୁଥିବା ରୋଗୀ ଓ ଜନସାଧାରଣ ସ୍ୱାସ୍ଥ୍ୟସେବା ପାଇବା ଏକ ଏହି ଉଦ୍ୟାନକୁ ଉପଯୋଗ ମଧ୍ୟ କରିପାରୁଛନ୍ତି।

87

ଏକଦା ଏଠାକୁ କେହି ଆସିବାକୁ ପସନ୍ଦ କରୁନଥିବା ବେଳେ ଆଜି ସ୍ୱତଃପ୍ରବୃତ୍ତ ଭାବେ ରୋଗୀ ଆସୁଛନ୍ତି। ଅବହେଳିତ ହୋଇ ଥିବା ସ୍ୱାସ୍ଥ୍ୟକେନ୍ଦ୍ରକୁ ନୂଆ ରୂପଲେଖ ଦେଇଛନ୍ତି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ। କେବଳ ସ୍ୱାସ୍ଥ୍ୟସେବା ନୁହେଁ, ଚିକିତ୍ସାଳୟକୁ ସ୍ୱଚ୍ଛରଖିବା ସହ ପରିସରକୁ ମଧ୍ୟ ସଫାସୁତରା ରଖିବା ସେତିକି ଆବଶ୍ୟକ। ତେଣୁ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରସୂତି କକ୍ଷ ଠାରୁ ଡାଇରିଆ ପର୍ଯ୍ୟନ୍ତ ପ୍ରତିଟି କକ୍ଷ ସଫାସୁତୁରା ରଖିବା ସଫଳ ହୋଇଛନ୍ତି କର୍ମଚାରୀ ବୃନ୍ଦ।
କେବଳ ସେତିକି ନୁହେଁ ସ୍ୱାସ୍ଥ୍ୟସେବା ପରିସରରେ ଏକ ଉଦ୍ୟାନ ଗଢି ତୋଳିବାରେ ସଫଳ ହୋଇଛନ୍ତି। ନିଜର ଡ୍ୟୁଟି ପରେ କର୍ମଚାରୀ ମିଶି ବର୍ଜ୍ୟବସ୍ତୁକୁ ନେଇ ତିଆରି କରିପାରିଛନ୍ତି ଏକ ମିନି ପାର୍କ। ମିନିପାର୍କରେ ସୌନ୍ଦର୍ଯ୍ୟ ବଢାଉଛି ନଡା ଛପରରେ ତିଆରି ବିଶ୍ରାମ କୁଟୀର ଓ ତା ସାଙ୍ଗକୁ ଔଷଧ ବଗିଚା। ଏସବୁ ଏବେ ସମସ୍ତଙ୍କୁ ଆକର୍ଷଣ କରିଛି।

09

ଦୁର୍ଗମ ଅଞ୍ଚଳରେ ଏହିଭଳି ପ୍ରୟାସକୁ ଭରପୂର ପ୍ରଶଂସା କରିଛନ୍ତି କନ୍ଧମାଳ ଜିଲ୍ଲାବାସୀ କେବଳ ସୁଡ୍ରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନୁହେଁ ବରଂ ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ୱଚ୍ଛତା ରଖିବା ଏହିଭଳି ସୁନ୍ଦର ପରିବେଶ ରଖିବାକୁ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.