ଝିଅକୁ ରୁମ୍ ଭିତରେ ବନ୍ଦ କରି ନିଜେ କବାଟ ପାଖରେ ଶୋଉଥିଲା ମା’, ଦିନେ ରାତିରେ ଏମିତି ଆସିଲା ମୃତ୍ୟୁ!

ପ୍ରେମରେ ଅନ୍ଧ ଥିବା ଜଣେ ଯୁବକ ଏମିତି ଏକ କାଣ୍ଡ ଘଟାଇଛନ୍ତି, ଯାହା ବିଷୟରେ ପଢ଼ି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆଜମଗଡ଼ ଜିଲା ମେହନାଜପୁର ଥାନା ଅଧୀନ ଏକ ଗାଁର ନିଶାନ ନାମକ ବ୍ୟକ୍ତି ରୋଜଗାର ପାଇଁ ବିଦେଶରେ ରହୁଥିଲେ। ଆଉ ଏପଟେ ତାଙ୍କ ସ୍ତ୍ରୀ ନୁରୀନ୍ ଝିଅ ଗଜାଲା ଏବଂ ୪ ପୁଅଙ୍କ ସହ ଗାଁରେ ରହୁଥିଲେ।

love1

ବର୍ଷେ ପୂର୍ବରୁ ନିଶାନ ଗାଁର ଜଣେ ଯୁବକଙ୍କୁ ଫୋନ୍ କରି ତାଙ୍କ ଘରକୁ ଯିବାକୁ କହିଥିଲେ ଏବଂ ପିଲାମାନଙ୍କ ସହ ଭିଡିଓ କଲିଂରେ କଥାବାର୍ତ୍ତା କରାଇଦେବାକୁ କହିଥିଲେ। ଏହାପରେ ଶୁଭମ୍ ନାମକ ଯୁବକ ତାଙ୍କ ଘରକୁ ଯିବାରେ ଲାଗିଲେ। ଆଉ ଏହି ଯିବାଆସିବା ଭିତରେ ତାଙ୍କୁ ନିଶାନଙ୍କ ଝିଅ ଗଜାଲାଙ୍କ ସହ ପ୍ରେମ ହୋଇଗଲା। କିଛି ମାସ ପଯ୍ୟର୍ନ୍ତ ଦୁହେଁ ଗାଁ ବାହାରେ ଲୁଚି ଲୁଚି ମିଶିଲେ।

love2

କିଛି ଦିନ ବିତିଯିବା ପରେ ଗଜାଲା ଅନ୍ୟ ଜଣଙ୍କ ସହ କଥା ହେଉଥିବା ଜାଣି ଶୁଭମ୍ ତାଙ୍କ ଉପରେ ରାଗିଯାଇଥିଲେ। ଆଉ ଏହାପରଠୁ ଗଜାଲା ଶୁଭମଙ୍କ ସହ ମିଶିବାକୁ ମନା କରିଦେଲେ। ଗଜାଲାଙ୍କ ମା’ ମଧ୍ୟ ଦୁହିଁଙ୍କ ପ୍ରେମ ସମ୍ପର୍କ ବିଷୟରେ ଜାଣିଯାଇଥିଲେ। ଏଥିଯୋଗୁ ନୁରୀନ୍ ତାଙ୍କ ଝିଅ ଉପରେ କଡ଼ା ନଜର ରଖୁଥିଲେ। ସେ ରାତିରେ ଝିଅକୁ ବନ୍ଦ କୋଠରୀରେ ଶୁଆଉଥିଲେ।

love3

ଘଟଣା ଦିନ ରାତିରେ ଶୁଭମ୍ ଗଜାଲାଙ୍କୁ ଦେଖା କରିବା ପାଇଁ ତାଙ୍କ ଘରେ ପହଞ୍ଚିଥିଲେ। କିନ୍ତୁ ଗଜାଲା ନିଜ କୋଠରୀରେ ବନ୍ଦ ଥିଲେ। ନୁରୀନ୍ କବାଟ ପାଖରେ ଶୋଇଥିଲେ। ଶୁଭମ୍ ଯେତେବେଳେ ଗଜାଲାଙ୍କୁ ଦେଖା କରିବା କଥା ନୁରୀନ୍‌ଙ୍କୁ କହିଥିଲେ, ସେତେବେଳେ ନୁରୀନ୍ ରାଗିଯାଇ ଗାଁ ଲୋକଙ୍କୁ କହିଦେବି ବୋଲି ଧମକ ଦେଇଥିଲେ। ନୁରୀନ୍ ପାଟି କରିବାକୁ ଚେଷ୍ଟା କରିବାରୁ ଶୁଭମ୍ ତାଙ୍କ ମୁହଁକୁ ଚାପି ଧରିଥିଲେ। ଅଣନିଃଶ୍ୱାସୀ ହୋଇପଡ଼ିବାରୁ ନୁରୀନ୍ ବେହୋସ୍ ହୋଇଯାଇଥିଲେ। ଏହାପରେ ଶୁଭମ୍ ନୁରୀନ୍‌ଙ୍କୁ କାନ୍ଧ ଉପରେ ପକାଇଥିଲେ ଏବଂ ପାଖ କ୍ଷେତକୁ ନେଇ ଗଳା ଚିପି ହତ୍ୟା କରିଥିଲେ। ପୁଣି ଘରକୁ ଆସି ସେ ଗଜାଲାଙ୍କ କଠୋରୀକୁ ଯାଇ ତାଲା ଖୋଲି ତାଙ୍କୁ ଉଦ୍ଧାର କରିଥିଲେ।

ଏହାସହ ପଢ଼ନ୍ତୁ: ଦେହ ବେପାର କରିବାକୁ ଚାହୁଁଥିଲେ ଶାଶୁ, ଲିଭ୍–ଇନ୍‌ରେ ରହୁଥିବାରୁ ମନା କରୁଥିଲେ ଜ୍ୱାଇଁ, କିନ୍ତୁ ଦିନେ ଘଟିଗଲା ଏଭଳି ଲୋମଟାଙ୍କୁରା ଘଟଣା

ଗଜାଲା ଯେତେବେଳେ ନିଜ ମା’ଙ୍କ ବିଷୟରେ ପଚାରିଥିଲେ, ମା’ ପାଖ କଠୋରୀରେ ଶୋଇଥିବା ଶୁଭମ୍ କହିଥିଲେ। ଏହାପରେ ସେ ଗଜାଲାଙ୍କୁ ୫୦୦ ମିଟର ଦୂର ଏକ ନିକାଞ୍ଚନ ଜାଗାକୁ ନେଇଯାଇଥିଲେ। ସେଠାରେ ସେ ତିନିଜଣ ସାଙ୍ଗକୁ ଡକାଇଥିଲେ। ସେ ଗଜାଲାଙ୍କୁ ନିଜର ସବୁ ସାଙ୍ଗମାନଙ୍କ ସହିତ ପରିଚିତ କରାଇଥିଲେ। ସେଠାରେ ଯେତବେଳେ ଗଜାଲା ପୁଣି ମା’ ବିଷୟରେ ପଚାରିଥିଲେ, ଶୁଭମ୍ ତାଙ୍କୁ ହତ୍ୟା କରିଦେଇଥିବା କହିଥିଲେ। ଏହାଶୁଣି ସାଙ୍ଗମାନେ ଡରରେ ଘଟଣାସ୍ଥଳରୁ ଖସି ପଳାଇଥିଲେ। ଆଉ ଭୟ ଯୋଗୁ ଶୁଭମ୍ ଗଜାଲାଙ୍କୁ ମଧ୍ୟ ମାରି ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.