Below header

ଜାତୀୟ ସ୍ତରକୁ ନେବେ ହାଇକୋର୍ଟ ଆଇନଜୀବୀଙ୍କ ଆନ୍ଦୋଳନ, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଆଇନମନ୍ତ୍ରୀଙ୍କୁ କରିବେ ସାକ୍ଷାତ

ଜାତୀୟ ସ୍ତରକୁ ହାଇକୋର୍ଟ ଆଇନଜୀବୀଙ୍କ ଆନ୍ଦୋଳନ । ଦିଲ୍ଲୀ ଯିବେ ହାଇକୋର୍ଟ ବାର୍ ଆସୋସିଏସନର ଏକ ପ୍ରତିନିଧି ଦଳ । ସେମାନେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଆଇନମନ୍ତ୍ରୀଙ୍କ ସହ ଅନ୍ୟ ପଦାଧିକାରୀଙ୍କୁ ଭେଟିବେ । ଅଲ୍ ଇଣ୍ଡିଆ ବାର୍ ଆସୋସିଏସନର ସଭାପତିଙ୍କୁ ଦାବି ସଂପର୍କରେ ଜଣାଇବେ । ହାଇକୋର୍ଟ ବାର୍ ଆସୋସିଏସନର ସଂପାଦକ ସଂଜୟ ଦାସ ଏହି ସୂଚନା ଦେଇଛନ୍ତି । ସେପଟେ ଆସନ୍ତା ୧ ତାରିଖ ଯାଏ ହାଇକୋର୍ଟ ଆଇନଜୀବୀଙ୍କ ଯାଏ ଅଦାଲତ ବର୍ଜନ ଜାରି ରହିବ । ଅଦାଲତ ଅବମାନନା ମାମଲାରେ ନଭେମ୍ବର ୪ରେ ଫୁଲ୍ ବେଞ୍ଚରେ ପରବର୍ତ୍ତୀ ଶୁଣାଣି ହେବ । ଓଡିଶା ହାଇକୋର୍ଟ ଇତିହାସରେ ପ୍ରଥମ ଥର ପାଇଁ ଗତ ୧୫ ତାରିଖରେ ୧୪ ଜଣିଆ ପୂର୍ଣ୍ଣ ଖଣ୍ଡପୀଠ ବସି ବାର ବିରୋଧରେ ଅଦାଲତ ଅବମାନନା ମାମଲାର ଶୁଣାଣି କରିଥିଲେ । ୧୪ ଜଣିଆ ଖଣ୍ଡପୀଠ ୬୮ଟି ବାର ଆସୋସିଏସନ ସମେତ ବାର କାଉନସିଲ ଅଫ ଇଣ୍ଡିଆ, ରାଜ୍ୟ ଆଇନଜୀବୀ ପରିଷଦ, ମୁଖ୍ୟ ଶାସନ ସଚିବ, ଆଇନ ସଚିବ, ଗୃହ ସଚିବଙ୍କୁ ନୋଟିସ ଜାରି କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.