Below header

୧୨ ସପ୍ତାହରୁ ଅଧିକ ଅନ୍ତରରେ ଟିକା ନେଲେ ୮୨% ପ୍ରୋଟେକ୍ସନ ମିଳୁଛି: ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଜାରି ରହିଛି ଟିକାକରଣ। ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ଟିକାକରଣ ଚାଲିଛି। ମେ’ ୧ରୁ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣ ଚାଲିଛି। ୪୫ ବର୍ଷରୁ ଊର୍ଦ୍ଧ୍ୱଙ୍କ ପାଇଁ କେନ୍ଦ୍ର ସରକାର ଟିକା ଯୋଗାଇ ଦେଉଛନ୍ତି। କିନ୍ତୁ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କ ପାଇଁ ରାଜ୍ୟ ସରକାର ମାଗଣା ଟିକା ଦେଉଛନ୍ତି। ପର୍ଯ୍ୟାପ୍ତ ଟିକା ଆସିନଥିବାରୁ ୫ ଟି ମହାନଗର ନିଗମରେ ଟିକାକରଣ ଚାଲିଛି। ପର୍ଯ୍ୟାପ୍ତ ଟିକା ଆସିଲେ ସମଗ୍ର ରାଜ୍ୟରେ ଟିକାକରଣ ଆରମ୍ଭ ହେବ। ଟିକା ସଂଗ୍ରହ ପାଇଁ କରିବାକୁ ସମସ୍ତ ଚେଷ୍ଟା ଜାରି ରହିଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ଗ୍ଲୋବାଲ ଟେଣ୍ଡର ଦ୍ୱାରା ପର୍ଯ୍ୟାପ୍ତ ଟିକା ମିଳିବ ବୋଲି ସେ କହିଛନ୍ତି।

ସେହିପରି କୋଭିସିଲ୍‌ଡ ଟିକାର ଅନ୍ତର ବୃଦ୍ଧି ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ୪ ସପ୍ତାହରେ ଟିକା ନେଲେ ୭୦% ପ୍ରଭାବୀ ହୋଇଥିବା ବେଳେ ୧୨ ସପ୍ତାହରୁ ଅଧିକ ଅନ୍ତରରେ ଟିକା ନେଲେ ୮୨% ପ୍ରୋଟେକ୍ସନ ମିଳୁଛି। ଦ୍ୱିତୀୟ ଡୋଜ୍‌ ନେବାର ଦୁଇ ସପ୍ତାହ ପରେ ଆଣ୍ଟିବଡି ବିକଶିତ ହେଉଛି। କୋଭିଡରୁ ଆରୋଗ୍ୟ ହେବାର ୩ ମାସ ପରେ ଟିକା ନେଇପାରିବେ। ପୂର୍ବରୁ ସୁସ୍ଥ ହେବାର ୪ ସପ୍ତାହ ପରେ ଟିକା ଦିଆଯାଉଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.