Below header

ଯାଜପୁର: ଦୂର୍ଗାପୁର ଗାଁରେ ସିଆଳ ଆକ୍ରମଣରେ ଦୁଇ ନାବାଳିକା ଆହତ

ଯାଜପୁର ଟାଉନ(କେନ୍ୟୁଜ୍‌): ଯାଜପୁର ସଦର ଥାନା ଦୂର୍ଗାପୁର ଗାଁରେ ସିଆଳ ଆତଙ୍କ । ସିଆଳ ଆକ୍ରମଣରେ ଦୁଇ ନାବାଳିକା ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଆଜି ଭୋରୁ ଦୂର୍ଗାପୁର ଗାଁର ପଦ୍ମଲୋଚନ ବେହେରାଙ୍କ ଦୁଇ ଝିଅ ନିଜ ମାଙ୍କ ସହିତ ଶୌଚ ହେବାକୁ ଯାଇଥିବା ବେଳେ ତାଙ୍କୁ ଗୋଟିଏ ଶିଆଳ କାମୁଡିଦେଇଥିଲା । କିନ୍ତୁ କୌଶଳ କ୍ରମେ ଶିଆଳକୁ ନାବାଳିକାଙ୍କ ମା କାବୁ କରିବାକୁ ସକ୍ଷମ ହୋଇଥିଲେ । ଆହତ ନାବାଳିକାଙ୍କୁ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ଗତ କିଛି ଦିନ ହେଲା ଏହି ଶିଆଳଟି ପାଗଳ ହୋଇ ଆଖ ପାଖ ଗାଁରେ ଆକ୍ରମଣ ଜାରି ରହିଛି । ତୁରନ୍ତ ଏଥିପ୍ରତି ବନବିଭାଗ ଦୃଷ୍ଟି ଦେବାକୁ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.