ସାମାନ୍ୟ ବଚସାରୁ ମହିଳାଙ୍କୁ ସଙ୍ଘବଦ୍ଧ ଆକ୍ରମଣ, ଗୁରୁତର ହୋଇ ଚିକିତ୍ସାଳୟରେ ଭର୍ତ୍ତି

ଗାଁରେ ଏକ ନିର୍ମାଣ କାର୍ଯ୍ୟକୁ ନେଇ ପ୍ରଥମେ ବଚସା। ପରେ ଉତକ୍ଷିପ୍ତ ହୋଇ ଜଣେ ଯୁବକ ଅନ୍ୟ ଯୁବକ ମାନଙ୍କୁ ନେଇ ଜଣେ ମହିଳାଙ୍କ ଘରକୁ ଯାଇ ସଙ୍ଘ ବଦ୍ଧ ଆକ୍ରମଣ।

ଭଦ୍ରକ (କେନ୍ୟୁଜ): ଗାଁରେ ଏକ ନିର୍ମାଣ କାର୍ଯ୍ୟକୁ ନେଇ ପ୍ରଥମେ ବଚସା। ପରେ ଉତକ୍ଷିପ୍ତ ହୋଇ ଜଣେ ଯୁବକ ଅନ୍ୟ ଯୁବକ ମାନଙ୍କୁ ନେଇ ଜଣେ ମହିଳାଙ୍କ ଘରକୁ ଯାଇ ତାଙ୍କୁ ସଙ୍ଘ ବଦ୍ଧ ଆକ୍ରମଣ କରିଛନ୍ତି। ଏଭଳି ଘଟଣା ଦେଖାଯାଇଛି ଭଦ୍ରକ ଜିଲ୍ଲା ତିହିଡି ଥାନା ବୋଡ଼କ ପଂଚାୟତ ଅଣ୍ଡରାଇ ଗାଁରେ।

ଗତ କାଲି ସନ୍ଧ୍ୟାରେ ଏହି ଗାଁର ସୁଶାନ୍ତ ମଲ୍ଲିକ ଓ ତାଙ୍କ ସହଯୋଗୀ ମାନେ ଏକ ନିର୍ମାଣ କାର୍ଯ୍ୟକୁ ନେଇ ଅଭୟ ମଲ୍ଲିକଙ୍କ ସହିତ ବଚଷା ହୋଇଥିଲା। ପରେ ସୁଶାନ୍ତ ଓ ତାଙ୍କ ସହଯୋଗୀ ମାନେ ଏଥିରେ ଉତକ୍ଷିପ୍ତ ହୋଇ ଅଭୟ ଘରେ ନ ଥିବା ବେଳେ ତାଙ୍କ ଘରେ ପଶି ତାଙ୍କ ସ୍ତ୍ରୀକୁ ସଙ୍ଘବଦ୍ଧ ଆକ୍ରମଣ କରି ତାଙ୍କ ସୁନା ଗହଣା ଚିଣ୍ଡାଇ ନେଇଛନ୍ତି। ପରେ ଗୁରୁତର ଆହତ ମହିଳାଙ୍କୁ ପ୍ରଥମେ ତିହିଡି ଓ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଅନ୍ୟ ପକ୍ଷରେ ସୁଶାନ୍ତ କୁ ମଧ୍ୟ ଆକ୍ରମଣ ହୋଇଥିବା ଜଣାଯାଇଛି। ତିହିଡି ଥାନା ରେ ଅଭିଯୋଗ ପରେ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି।