Below header

ବ୍ୟବସାୟୀ ବିଶ୍ବଜିତ ନାୟକ ହତ୍ୟା ଘଟଣା ; ମହିଳା କେୟାର ଟେକର ଗିରଫ

ଭୁବନେଶ୍ବର ବାଲିଅନ୍ତାରେ ବ୍ୟବସାୟୀ ବିଶ୍ବଜିତ୍ ନାୟକଙ୍କ ହତ୍ୟାର ପର୍ଦ୍ଦାଫାସ । ହତ୍ୟାକାରୀ କେୟାର ଟେକରକୁ ଗିରଫ କରିଛି କମିଶନରେଟ ପୋଲିସ । ତା ନାଁ ହେଉଛି ସୁଙ୍କି ରଣା । ଅଭିଯୁକ୍ତଙ୍କ ଘର ଝାରସୁଗୁଡ଼ାରେ ବୋଲି ଜଣାପଡ଼ିଛି। ପୁରୀରୁ ତାକୁ ଗିରଫ କରିଛି ପୋଲିସ ।

ଭୁବନେଶ୍ୱର (କେନ୍ୟୁଜ୍‌) : ଭୁବନେଶ୍ବର ବାଲିଅନ୍ତାରେ ବ୍ୟବସାୟୀ ବିଶ୍ବଜିତ୍ ନାୟକଙ୍କ ହତ୍ୟାର ପର୍ଦ୍ଦାଫାସ । ହତ୍ୟାକାରୀ କେୟାର ଟେକରକୁ ଗିରଫ କରିଛି କମିଶନରେଟ ପୋଲିସ । ତା ନାଁ ହେଉଛି ସୁଙ୍କି ରଣା । ଅଭିଯୁକ୍ତଙ୍କ ଘର ଝାରସୁଗୁଡ଼ାରେ ବୋଲି ଜଣାପଡ଼ିଛି। ପୁରୀରୁ ତାକୁ ଗିରଫ କରିଛି ପୋଲିସ । କାଠ ଫାଳିଆରେ ପିଟି ପିଟି ହତ୍ୟା କରିଥିଲା । ପୂର୍ବରୁ ହତ୍ୟା ମାମଲାରେ ଜେଲରେ ୧୨ ବର୍ଷ ସଜା କାଟିଛି ସୁଙ୍କି। ଜେଲରୁ ଫେରିବା ପରେ ପୁରୀରେ ଏକ ଆଶ୍ରମରେ ରହୁଥିଲା ।

ଆଶ୍ରମକୁ ବିଶ୍ବଜିତଙ୍କ ମାଆ ଯାଉଥିବାରୁ ବିଶ୍ବଜିତଙ୍କ ସହ ଦେଖା ସାକ୍ଷାତରୁ ସେମାନଙ୍କ ଭିତରେ ସମ୍ପର୍କ ଗଢ଼ି ଉଠିଥିଲା । ସୁଙ୍କି ବାରମ୍ବାର ବିଶ୍ଵଜିତକୁ ଡାକୁଥିଲା । କିନ୍ତୁ ସମୟ ହେଉ ନଥିବାରୁ ଯାଇ ନପାରିବାରୁ ସୁଙ୍କିକୁ ଆଶ୍ରମ ନଯାଇ ନିଜ ପାଖରେ ରଖିବାକୁ ବାଧ୍ୟ କରୁଥିଲା ବିଶ୍ବଜିତ୍ । ଆଶ୍ରମ ଛାଡିବାକୁ ସୁଙ୍କି ରାଜି ହେଉ ନଥିଲା। ଏଥିପାଇଁ ଉଭୟଙ୍କ ମଧ୍ୟରେ ଲାଗି ରହୁଥିଲା ଝଗଡା । ରବିବାର ଦିନ ଦ୍ବିପ୍ରହରେ ହତ୍ୟା କରି ସନ୍ଧ୍ୟା ଯାଏଁ ଅପେକ୍ଷା କରିଥିଲା ସୁଙ୍କି । ସନ୍ଧ୍ୟା ହେବା ପରେ ସେ ଫେରାର ହୋଇଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.