ଅଯୋଧ୍ୟାରେ ଜଳିଲା ଗୁଜରାଟରୁ ଆସିଥିବା ୧୦୮ ଫୁଟ୍‌ ଲମ୍ବା ଅଗରବତୀ, ଦେଢ଼ ମାସ ପର୍ଯ୍ୟନ୍ତ ମହକିବ ବାସ୍ନା

ଗୁଜରାଟରୁ ଆସିଥିବା ୧୦୮ ଫୁଟ୍‌ ଲମ୍ବାର ଅଗରବତୀକୁ ଅଯୋଧ୍ୟାରେ ପ୍ରଜ୍ଜ୍ୱଳନ କରାଯାଇଛି । ଜନ୍ମଭୂମି ତୀର୍ଥ କ୍ଷେତ୍ରର ଅଧ୍ୟକ୍ଷ ମହନ୍ତ ନୃତ୍ୟଗୋପାଳ ଦାସ ମହାରାଜଙ୍କ ଉପସ୍ଥିତିରେ ଏହି ଅଗରବତୀକୁ ଜଳାଯାଇଛି । ୧୦୮ ଫୁଟ୍‌ ଲମ୍ବାର ଏହି ଅଗରବତୀ ପରିବେଶ ଅନୁକୂଳ ରହିଛି ।

ଅଯୋଧ୍ୟାରେ ନୂତନ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଧାର୍ମିକ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଯାଇଛି । ବ୍ରାହ୍ମ ମୁହୂର୍ତ୍ତରୁ ହିଁ ସମସ୍ତ କାର୍ଯ୍ୟ ଆରମ୍ଭ ହୋଇଛି । ୭ ଦିନ ଧରି ଏଠାରେ ବିଧି ବିଧାନର ସହ ପୂଜାର୍ଚ୍ଚନା ଚାଲିବ । ଜାନୁୟାରୀ ୧୭ରେ ରାମଲାଲା ସ୍ୱମନ୍ଦିରରେ ପ୍ରବେଶ କରିବେ । ପରଦିନ ଅର୍ଥାତ୍‌ ୧୮ ତାରିଖରେ ଭଗବାନ ଗର୍ଭଗୃହରେ ବିରାଜମାନ କରିବେ ଏବଂ ଜାନୁୟାରୀ ୨୨ରେ ପ୍ରାଣ ପ୍ରତିଷ୍ଠା ହେବ ।

କର୍ଣ୍ଣାଟକର ପ୍ରସିଦ୍ଧ ମୂର୍ତ୍ତିକାର ଅରୁଣ ଯୋଗୀରାଜ ତିଆରି କରିଥିବା ରାମଲାଲାଙ୍କ ବିଗ୍ରହ ଅଯୋଧ୍ୟା ରାମ ମନ୍ଦିରର ଗର୍ଭଗୃହରେ ସ୍ଥାପନ ହେବ । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍‍ର ମହାସଚିବ ଚମ୍ପତ ରାୟ ଏ ନେଇ ସୂଚନା ଦେଇଛନ୍ତି । କୃଷ୍ଣଶିଳାରେ ନିର୍ମିତ ଏହି ବିଗ୍ରହର ଓଜନ ୧୫୦ରୁ ୨୦୦ କିଲୋଗ୍ରାମ ରହିଛି ।

ଆଜି ଧାର୍ମିକ କାର୍ଯ୍ୟକ୍ରମ ଅଧୀନରେ ଗୁଜରାଟରୁ ଆସିଥିବା ୧୦୮ ଫୁଟ୍‌ ଲମ୍ବାର ଅଗରବତୀକୁ ଅଯୋଧ୍ୟାରେ ପ୍ରଜ୍ଜ୍ୱଳନ କରାଯାଇଛି । ଜନ୍ମଭୂମି ତୀର୍ଥ କ୍ଷେତ୍ରର ଅଧ୍ୟକ୍ଷ ମହନ୍ତ ନୃତ୍ୟଗୋପାଳ ଦାସ ମହାରାଜଙ୍କ ଉପସ୍ଥିତିରେ ଏହି ଅଗରବତୀକୁ ଜଳାଯାଇଛି । ୧୦୮ ଫୁଟ୍‌ ଲମ୍ବାର ଏହି ଅଗରବତୀ ପରିବେଶ ଅନୁକୂଳ ରହିଛି । ଏହା ପାଖାପାଖି ଦେଢ଼ ମାସ ପର୍ଯ୍ୟନ୍ତ ଚାଲିବ ଏବଂ ଏହାର ସୁଗନ୍ଧ ଅନେକ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିବ । ଏହି ଅଗରବତୀର ଓଜନ ୩,୬୧୦ କିଲୋଗ୍ରାମ ଥିବାବେଳେ ଚଉଡ଼ା ରହିଛି ପାଖାପାଖି ୩.୫ ଫୁଟ୍‌ ।

ଏହାକୁ ତିଆରି କରିଥିବା ଭଡୋଦରାର ଭିହା ଭରଓ୍ଵାଡ କହିଛନ୍ତି, ୩୭୬ କିଲୋଗ୍ରାମ ଗୁଗୁଳ, ୩୭୬ କିଲୋଗ୍ରାମ ନଡ଼ିଆ କତା/ସଢ଼େଇ, ୧୯୦ କିଲୋଗ୍ରାମ ଘିଅ, ୧,୪୭୦ କିଲୋଗ୍ରାମ ଗାଈର ଗୋବର ଏବଂ ୪୨୦ କିଲୋଗ୍ରାମ ଜଡ଼ିବୁଟିକୁ ମିଶାଇ ଏହି ଅଗରବତୀ ପ୍ରସ୍ତୁତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.