ଆମେରିକା ରାଷ୍ଟ୍ରପତି ନିର୍ବାଚନରୁ ଓହରିଲେ ଭାରତୀୟ ବଂଶୋଦ୍ଭବ ବିବେକ ରାମସ୍ବାମୀ, ଟ୍ରମ୍ପଙ୍କୁ କରିବେ ସମର୍ଥନ

ଆମେରିକା ରାଷ୍ଟ୍ରପତି ନିର୍ବାଚନ ରେସରୁ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଭାରତୀୟ ବଂଶୋଦ୍ଭବ ବିବେକ ରାମସ୍ବାମୀ ଓହରିଛନ୍ତି । ବିବେକ ଦଳୀୟ ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କରିବାକୁ ଘୋଷଣା କରିଛନ୍ତି । 

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆମେରିକା ରାଷ୍ଟ୍ରପତି ନିର୍ବାଚନ ରେସରୁ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଭାରତୀୟ ବଂଶୋଦ୍ଭବ ବିବେକ ରାମସ୍ବାମୀ ଓହରିଛନ୍ତି । ବିବେକ ଦଳୀୟ ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କରିବାକୁ ଘୋଷଣା କରିଛନ୍ତି । ଟ୍ରମ୍ପଙ୍କ ଠାରୁ ଆୟୋୱା କାକସରେ ପରାସ୍ତ ପରେ ୩୮ ବର୍ଷିୟ ରାମସ୍ବାମୀ ଏଭଳି ନିଷ୍ପତ୍ତି ନେଇଛନ୍ତି।

ବିବେକ ନିର୍ବାଚନ ରେସରୁ ବାଦ୍‌ ପଡିବା ଘୋଷଣା କରିବା ବେଳେ ଜଣେ ମହିଳା ଚିତ୍କାର କରି ନିର୍ବାଚନରୁ ନ ଓହରିବାକୁ କହିଥିଲେ । କିନ୍ତୁ ସେ କେଉଁଆଡେ ଯାଉନାହାନ୍ତି ବରଂ ସମସ୍ତଙ୍କ ସହିତ ରହି ଟ୍ରମ୍ପକୁ ସମର୍ଥନ କରିବେ ବୋଲି କହିଛନ୍ତି ।

ସେହିପରି ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ପାଇଁ ଗୋଟିଏ ପାଦ ଆଗକୁ ବଢିଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ଭାବରେ ଆୟୋୱା କାକସରେ ବିପୁଳ ଭୋଟରେ ଜିତିଛନ୍ତି ଟ୍ରମ୍ପ । ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଅଭିଯାନ ଔପଚାରିକ ଭାବେ ଆରମ୍ଭ ହୋଇଛି ।  ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପ୍ରାର୍ଥୀତ୍ୱରେ ଡୋନାଲ୍ଡ ଟ୍ରମ୍ପ ବର୍ତ୍ତମାନ ରିପବ୍ଲିକାନ୍ ପାର୍ଟିରୁ ଆଗୁଆ ଅଛନ୍ତି ।  ଆୟୋୱା କାକସରେ ଟ୍ରମ୍ପଙ୍କ ଦମଦାର ବିଜୟ ପରେ ବାଇଡେନଙ୍କ ସହ ଲଢେଇ ହେବାର ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.