ଗୁଆ ଚାଉଳ ଧରି ବଡ଼ଦାଣ୍ଡ ଅଭିମୁଖେ ବାହାରିଛି କଳିଙ୍ଗ ଟିଭି ଭକ୍ତି ଅର୍ଘ୍ୟ ରଥ

ଶ୍ରୀକ୍ଷେତ୍ର ଅଭିମୁଖେ ଭୁବନେଶ୍ୱରରୁ ବାହାରିଛି ଭକ୍ତି ଅର୍ଘ୍ୟ ରଥ । ପ୍ରଭୁ ନାମ ସଂକୀର୍ତ୍ତନ ସହ ଭକ୍ତଙ୍କ ଭକ୍ତି ସ୍ୱରୂପ ଅର୍ପଣ ହୋଇଥିବା ଗୁଆ ଚାଉଳ ଧରି ରଥ ବଡ଼ଦାଣ୍ଡ ଅଭିମୁଖେ ଗଡିଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ସ୍ଥାନରେ ଅର୍ପଣ ରଥ ସଂଗ୍ରହ କରିଥିଲା ଗୁଆ ଚାଉଳ ।

ଭୁବନେଶ୍ୱର (କେନ୍ୟୁଜ୍‌) : ଶ୍ରୀକ୍ଷେତ୍ର ଅଭିମୁଖେ ଭୁବନେଶ୍ୱରରୁ ବାହାରିଛି ଭକ୍ତି ଅର୍ଘ୍ୟ ରଥ । ପ୍ରଭୁ ନାମ ସଂକୀର୍ତ୍ତନ ସହ ଭକ୍ତଙ୍କ ଭକ୍ତି ସ୍ୱରୂପ ଅର୍ପଣ ହୋଇଥିବା ଗୁଆ ଚାଉଳ ଧରି ରଥ ବଡ଼ଦାଣ୍ଡ ଅଭିମୁଖେ ଗଡିଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ସ୍ଥାନରେ ଅର୍ପଣ ରଥ ସଂଗ୍ରହ କରିଥିଲା ଗୁଆ ଚାଉଳ ।  ତେବେ କଳିଙ୍ଗ ଟିଭି ଏହି ଭକ୍ତି ଅଭିଯାନରେ ସାମିଲ ହୋଇ ନିଜ ତରଫରୁ ଭକ୍ତି ଅର୍ଘ୍ୟ କାର୍ଯ୍ୟକ୍ରମ କରିଥିଲା । ଭକ୍ତମାନଙ୍କ ଆବେଗ, ଜଗନ୍ନାଥ ଭକ୍ତିକୁ ଦୃଷ୍ଟିରେ ରଖି ଅର୍ପଣ ରଥ ଯାଇ ପାରିନଥିବା ଅଞ୍ଚଳରୁ ଆମର ରିପୋର୍ଟର ବନ୍ଧୁମାନେ ସଂଗ୍ରହ କରିଥିଲେ ଗୁଆ ଚାଉଳ । କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରୁ ପଶ୍ଚିମବଙ୍ଗ, ବେଙ୍ଗାଲୁରୁ ଆଦି ସ୍ଥାନରୁ ଜଗନ୍ନାଥ ଭକ୍ତମାନେ ଗୁଆ ଚାଉଳ ଜରିଆରେ ସେମାନଙ୍କ ଭକ୍ତି ନିବେଦନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.