ଡିପ୍ଫେକର ଶିକାର ହେଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ସାରା ନାଁକୁ ନେଇ ଏବେ ଚିନ୍ତାରେ
ଡିପ୍ ଫେକ୍ ଭିଡିଓକୁ ସେୟାର କରି ସଚିନ କହିଛନ୍ତି, 'ଏହି ଭିଡିଓ ମିଛ । ଟେକ୍ନୋଲୋଜିର ଖରାପ ବ୍ୟବହାର କରାଯାଉଛି । ଏଭଳି ଭିଡିଓ, ବିଜ୍ଞାପନ ଓ ଆପ୍ସ ବିରୋଧରେ ଅଭିଯୋଗ କରିବାକୁ ସମସ୍ତଙ୍କୁ ଅନୁରୋଧ ।

ବଲିଉଡ ଅଭିନେତ୍ରୀଙ୍କ ପରେ ଡିପ୍ ଫେକର ଶିକାର ହୋଇଛନ୍ତି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର। ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏକ ଗେମିଂ ଆପ୍ ‘ସ୍କାଏବର୍ଡ ଏଭିଏଟର୍ କ୍ୱେଷ୍ଟ’କୁ ସମର୍ଥନ କରୁଥିବାର ନଜର ଆସିଛନ୍ତି ସଚିନ ।
ଏହି ଭିଡିଓରେ ସଚିନ ଏକ ଆପର ପ୍ରମୋସନ୍ କରୁଥିବା ଦେଖିବାକୁ ମିଳୁଛି । ଭିଡିଓରେ ସଚିନଙ୍କ ଭିଡିଓ ଡବିଂ କରି ଏଡିଟ୍ କରାଯାଇଥିବା ଜଣାପଡିଛି । ଏହି ଆପ୍ ଜରିଆରେ ସଚିନଙ୍କ ଝିଅ ଗେମ୍ ଖେଳି କିଭଳି ଲାଭ ଉଠାଉଛନ୍ତି ତାହା ମଧ୍ୟ କୁହାଯାଇଛି । ସେ ଗେମ୍ ଖେଳି ଦିନକୁ ପ୍ରାୟ ୨ ଲକ୍ଷ ଟଙ୍କା ରୋଜଗାର କରୁଥିବା କୁହାଯାଉଛି । ତାଙ୍କ ଝିଅ ସାରାଙ୍କୁ ମଧ୍ୟ ଆର୍ଥିକ ଲାଭ ଉଠାଉଥିବା ନେଇ ମିଛ ଦାବି କରାଯାଇଛି ।
These videos are fake. It is disturbing to see rampant misuse of technology. Request everyone to report videos, ads & apps like these in large numbers.
Social Media platforms need to be alert and responsive to complaints. Swift action from their end is crucial to stopping the… pic.twitter.com/4MwXthxSOM
— Sachin Tendulkar (@sachin_rt) January 15, 2024
ଏହି ଭିଡିଓ ଭାଇରଲ ହେବା ପରେ ଏହାର ଦୁରୁପୋଯୋଗ କରାଯାଇଥିବା ନେଇ ସଚିନ ପ୍ରତିକ୍ରିୟା ରଖିଛନ୍ତି । ଉକ୍ତ ଡିପ୍ ଫେକ୍ ଭିଡିଓକୁ ସେୟାର କରି ସଚିନ କହିଛନ୍ତି, ‘ଏହି ଭିଡିଓ ମିଛ । ଟେକ୍ନୋଲୋଜିର ଖରାପ ବ୍ୟବହାର କରାଯାଉଛି । ଏଭଳି ଭିଡିଓ, ବିଜ୍ଞାପନ ଓ ଆପ୍ସ ବିରୋଧରେ ଅଭିଯୋଗ କରିବାକୁ ସମସ୍ତଙ୍କୁ ଅନୁରୋଧ । ଏଥିସହ ଏଭଳି ଭିଡିଓ ପ୍ରତି ସାବଧାନ ହେବା ସହ ତୁରନ୍ତ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ।
ପୂର୍ବରୁ ରଶ୍ମିକା ମନ୍ଦାନା, ଦୀପିକା ପାଦୁକୋନ, କ୍ୟାଟ୍ରିନା କୈଫ, ଶୁବମନ ଗିଲ୍ ଡିପଫେକର ଶିକାର ହୋଇଛନ୍ତି ।କିଛିଦିନ ତଳେ ଶୁବମନ ଗିଲ ଏବଂ ସାରାଙ୍କ ଏକ ଫଟୋ ଭାଇରଲ ହୋଇଥିଲା ।