ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ହତ୍ୟା ଧମକ, ଜାନୁୟାରୀ ୨୬ରେ ଗ୍ୟାଙ୍ଗ୍‌ଷ୍ଟରଙ୍କୁ ଏକାଠି ହେବାକୁ କହିଲେ ଆତଙ୍କୀ ପନ୍ନୁ

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ମିଳିଛି ହତ୍ୟା ଧମକ । ଖଲିସ୍ତାନ ସମର୍ଥକ ତଥା ଶିଖ୍‌ ଫର୍‌ ଜଷ୍ଟିସ୍‌ର ଆତଙ୍କୀ ଗୁରପତ୍‌ବନ୍ତ ସିଂ ପନ୍ନୁ ସିଏମ୍‌ ମାନଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ମିଳିଛି ହତ୍ୟା ଧମକ । ଖଲିସ୍ତାନ ସମର୍ଥକ ତଥା ଶିଖ୍‌ ଫର୍‌ ଜଷ୍ଟିସ୍‌ର ଆତଙ୍କୀ ଗୁରପତ୍‌ବନ୍ତ ସିଂ ପନ୍ନୁ ସିଏମ୍‌ ମାନଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି । ଜାନୁୟାରୀ ୨୬ରେ ଭଗବନ୍ତ ମାନଙ୍କ ଉପରେ ଆକ୍ରମଣ କରିବା ପାଇଁ ପନ୍ନୁ ଗ୍ୟାଙ୍ଗ୍‌ଷ୍ଟରମାନଙ୍କୁ ଏକାଠି ହେବାକୁ ଅପିଲ୍‌ କରିଛନ୍ତି ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ପଞ୍ଜାବରେ ଗାଙ୍ଗ୍‌ଷ୍ଟରମାନଙ୍କ ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣାଉଛନ୍ତି ଏବଂ ରାଜ୍ୟରେ ଗ୍ୟାଙ୍ଗ୍‌ଷ୍ଟରଙ୍କ ଉପରେ କଟକଣା ଜାରି କରି ଦେଇଛନ୍ତି । ଏପଟେ ଗ୍ୟାଙ୍ଗ୍‌ଷ୍ଟରମାନଙ୍କ ବିରୋଧରେ ହେଉଥିବା କଠୋର କାର୍ଯ୍ୟାନୁଷ୍ଠାନର ଫାଇଦା ଉଠାଇବାକୁ ଚାହୁଁଛନ୍ତି ଆତଙ୍କୀ ପନ୍ନୁ ଏବଂ ସେମାନଙ୍କ ପ୍ରତି ସମବେଦନା ଜଣାଉଛନ୍ତି । ଏଥିପାଇଁ ସେ ଗ୍ୟାଙ୍ଗ୍‌ଷ୍ଟରମାନଙ୍କୁ ନିଜ ସହିତ ଆସିବା ପାଇଁ କହିଛନ୍ତି ।

ଖଲିସ୍ତାନୀ ଆତଙ୍କୀ ଜାନୁୟାରୀ ୨୬ରେ ମୁଖ୍ୟମନ୍ତ୍ରୀ ମାନ ଓ ଡିଜିପି ଗୌରବ ଯାଦବଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି । ଏଥିପାଇଁ ସେ ଅପରାଧୀମାନଙ୍କୁ ଏକତ୍ରିତ ହେବାକୁ ଅପିଲ୍‌ କରିଛନ୍ତି । କହି ରଖୁଛୁ, ଏହାପୂର୍ବରୁ ପନ୍ନୁ ଭିଡିଓ ଜାରି କରି ଭାରତ ଉପରେ ହମାସ୍‌ ଭଳି ଆକ୍ରମଣ କରିବାକୁ ଧମକ ଦେଇଥିଲେ । ଏଥିରେ ସେ କହିଥିଲେ ଯେ ଯଦି ଭାରତ ପଞ୍ଜାବ ଉପରେ କବ୍‌ଜା ଜାରି ରଖେ, ତେବେ ପ୍ରତିକ୍ରିୟା ଆସିବ ଏବଂ ଭାରତର ପ୍ରଧାନମନ୍ତ୍ରୀ ଏଥିପାଇଁ ଦାୟୀ ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.