ଭାର୍ଗବୀ ନଦୀରୁ ମହିଳାଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ବ୍ରହ୍ମଗିରି(କେନ୍ୟୁଜ୍‌): ପୁରୀ ଜିଲ୍ଲା ବ୍ରହ୍ମଗିରି ଗୌଡ଼ିଆ ଘାଇ ସେତୁ ନିକଟ ଭାର୍ଗବୀରେ ଜଣେ ମହିଳାଙ୍କ ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ମୃତ ମହିଳା ଜଣକ ସ୍ଥାନୀୟ ବିଲ ପଞ୍ଚାଗୋଛିଆ ଗାଁର ଲତା ମାଛୁଆ ବୋଲି ଜଣାପଡିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଜଣାପଡିନାହିଁ। ମହିଳା ଜଣକ ଆଜି ସକାଳୁ ନଦୀକୁ ଗାଧୋଇବାକୁ ଯାଇଥିଲେ । ସେଠାରେ ତାଙ୍କ ଗୋଡ଼ ଖସି ଯାଇଥିବା ଅନୁମାନ କରାଯାଉଛି । ଖବର ପାଇଁ ଲତା ଙ୍କ ସ୍ଵାମୀ ଦୀନବନ୍ଧୁ ପତ୍ନୀ ଲତାଙ୍କ ଶବକୁ ପାଣିରୁ ଉଦ୍ଧାର କରିଥିଲେ। ଅନ୍ୟପଟେ ଉକ୍ତ ଘଟଣା ସମ୍ପର୍କରେ ସଦର ପୋଲିସ ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

 

Leave A Reply

Your email address will not be published.