କାର୍‌ ଧକ୍କାରେ ମହିଳାଙ୍କ ମୃତ୍ୟୁ, ଅଳ୍ପକେ ବର୍ତ୍ତିଲେ ୨ ନାବାଳକ

ମଦୁଆ ମାଷ୍ଟରଙ୍କ ଉନୁ୍ମତ୍ତ କାଣ୍ଡ l ମଦ୍ୟପାନ କରି ମହିଳାଙ୍କ ଉପରେ ଚଢ଼ାଇଦେଲେ କାର୍‌ । ଯାଉଥିବା ସମୟରେ ମହିଳାଙ୍କୁ ଧକ୍କା ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ଯୁ ହୋଇଥିବା ବେଳେ ମହିଳାଙ୍କ ସହ ଥିବା ଦୁଇ ନାବାଳକ ଅଳ୍ପକେ ବର୍ତ୍ତି ଯାଇଥିଲେ l

ଲମତାପୁଟ(କେନ୍ୟୁଜ୍‌) : ମଦୁଆ ମାଷ୍ଟରଙ୍କ ଉନୁ୍ମତ୍ତ କାଣ୍ଡ l ମଦ୍ୟପାନ କରି ମହିଳାଙ୍କ ଉପରେ ଚଢ଼ାଇଦେଲେ କାର୍‌ । ଯାଉଥିବା ସମୟରେ ମହିଳାଙ୍କୁ ଧକ୍କା ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ମହିଳାଙ୍କ ସହ ଥିବା ଦୁଇ ନାବାଳକ ଅଳ୍ପକେ ବର୍ତ୍ତି ଯାଇଥିଲେ l ଲମତାପୁଟ ପଟ୍ରୋଲ ପମ୍ପ ନିକଟରେ ହୋଇଛି ଏହି ଦୁର୍ଘଟଣା l ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି । ସମ୍ପର୍କୀୟ ମୃତ ଦେହକୁ ରାସ୍ତାରେ ରଖି କ୍ଷତିପୁରଣ ଦାବିରେ ଜୟପୁର ବିଶାଖାପାଟଣା ମୁଖ୍ୟ ରାସ୍ତାକୁ ଅବରଧ କରିଛନ୍ତି l

କାଙ୍ଗ୍ରାପଡା ଗ୍ରାମର ଶିକ୍ଷକ ଟଙ୍କଧର ଶିସା । ସେ ମଦ୍ୟ ପାନ କରି ଦ୍ରୁତ ଗତିରେ ଗାଡି ଚଳାଇ ଯାଉଥିବା ସମୟରେ କନ୍ତିଗଡ଼ ଗ୍ରାମର ଦହନା ନାୟକଙ୍କୁ ଧକ୍କା ଦେଇଥିଲେ । ଘଟଣା ସ୍ଥଳରେ ହିଁ ଦହନାଙ୍କ ଜୀବନ ଚାଲିଯାଇଥିବା ବେଳେ ମହିଳାଙ୍କ ସହ ଥିବା ଦୁଇ କୁନି ପିଲା ଅଳ୍ପକେ ବର୍ତ୍ତିଯାଇଛନ୍ତି l ଧକ୍କା ଏତେ ଜୋରରେ ଥିଲା କାରର ବନେଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.