ସାଇକେଲ ଯୋଗେ ଭାରତ ଭ୍ରମଣ,ନନ୍ଦିଘୋଷ ଖମାରୀଙ୍କୁ କରାଗଲା ବିପୁଳ ସ୍ବାଗତ

୫୪୭ ଦିନର ସାଇକେଲ ଯାତ୍ରାରେ ପ୍ରାୟ ୨୦ ହଜାର କିଲୋମିଟର ଯାତ୍ରା କରି ବରଗଡ଼ ଫେରିବା ପରେ ବିଭିନ୍ନ ସଂଗଠନ ପକ୍ଷରୁ ନନ୍ଦିଘୋଷଙ୍କୁ ବିପୁଳ ସ୍ବାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି ।

ବରଗଡ଼ (କେନ୍ୟୁଜ): ସମସ୍ତଙ୍କୁ ଦେଶର ଭିନ୍ନ ଭିନ୍ନ ସ୍ଥାନ ବୁଲାବୁଲି କରି ସୁନ୍ଦର ସୁନ୍ଦର ସ୍ଥାନ ଉପଭୋଗ କରିବା ପାଇଁ ବହୁତ ଇଚ୍ଛା ଥାଏ । କିନ୍ତୁ ଆମ ପରିବେଶ ସୁରକ୍ଷା କିପରି ହେବ ? ପରିବେଶକୁ ଆହୁରି ଅଧିକ ସୁନ୍ଦର କିପରି କରାଯାଇ ପାରିବ ? ସେ ଦିଗରେ କେହି ବି ଦୃଷ୍ଟି ଦିଅନ୍ତି ନାହିଁ । ତେଣୁ ଆମ ପରିବେଶକୁ କିପରି ସୁରକ୍ଷା ଦିଆଯାଇ ପାରିବ ସେ ବିଷୟରେ ଚିନ୍ତା କରି କରି ଜଣେ ଯୁବକ ଅଭିନବ ଉପାୟକୁ ଆପଣାଇଛନ୍ତି ।

ପରିବେଶ ସୁରକ୍ଷା ବାର୍ତ୍ତା ନେଇ ୫୪୭ ଦିନର ସାଇକେଲ ଯାତ୍ରା ସାରି ଜନ୍ମ ମାଟିକୁ ଫେରିଛନ୍ତି ନନ୍ଦିଘୋଷ ଖମାରୀ । ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ନୂଆଁ ଗଡ ଗାଁର ନନ୍ଦିଘୋଷ ଖମାରୀ ଗତ ୨୦୨୨ ସେପ୍ଟେମ୍ବର ୫ ତାରିଖ ଗୁରୁ ଦିବସ ଦିନ ନୂଆଁଗଡ଼ ଗ୍ରାମରୁ ସାଇକେଲ ଯାତ୍ରା ଆରମ୍ଭ କରିଥିଲେ । ୫୪୭ ଦିନର ସାଇକେଲ ଯାତ୍ରାରେ ପ୍ରାୟ ୨୦ ହଜାର କିଲୋମିଟର ଯାତ୍ରା କରି ବରଗଡ଼ ଫେରିବା ପରେ ବିଭିନ୍ନ ସଂଗଠନ ପକ୍ଷରୁ ନନ୍ଦିଘୋଷଙ୍କୁ ବିପୁଳ ସ୍ବାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି । ଆଗକୁ ମଧ୍ୟ ପରିବେଶ ସୁରକ୍ଷା ସହ ବୃକ୍ଷ ରୋପଣ କରିବା ପାଇଁ ସଚେତନତା ସୃଷ୍ଟି କରିବି ବୋଲି ନନ୍ଦିଘୋଷ ଖମାରୀ କହିଛନ୍ତି ।
ବାଇଟ :- ନନ୍ଦିଘୋଷ ଖମାରୀ , ସାଇକେଲ ଯୋଗେ ଯାତ୍ରା କରିଥିବା ଯୁବକ ।

ସାଇକେଲରେ ସାରା ଭାରତ ଭ୍ରମଣ ଅସମ୍ଭବ ଲାଗୁଥିଲେ ବି ଏ ଯୁବକ ଏହା କରି ଦେଖାଇଛନ୍ତି । ତାଙ୍କର ଏଭଳି କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । ନନ୍ଦିଘୋଷଙ୍କ ଭଳି ସମସ୍ତ ଯୁବପିଢ଼ି ଯଦି ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେବେ ଏ ପରିବେଶ ନିଶ୍ଚିତ ସୁରକ୍ଷିତ ରହିବ ।
ବରଗଡ଼ରୁ ମହେନ୍ଦ୍ର କୁମାର ସାହୁଙ୍କ ରିପୋର୍ଟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.