ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମା’ ମାଧବୀ ରାଜେଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଭେଣ୍ଟିଲେଟରରେ ଚାଲିଛି ଚିକିତ୍ସା

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମା’ ମାଧବୀ ରାଜେ ସିନ୍ଧିଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଲାଇଫ୍‌ ସପୋର୍ଟିଂ ସିଷ୍ଟମ୍‌ରେ ରଖାଯାଇଛି ।

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମା’ ତଥା ଦିବଂଗତ ବରିଷ୍ଠ କଂଗ୍ରେସ ନେତା ମାଧବରାଓ ସିନ୍ଧିଆଙ୍କ ପତ୍ନୀ ମାଧବୀ ରାଜେ ସିନ୍ଧିଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଲାଇଫ୍‌ ସପୋର୍ଟିଂ ସିଷ୍ଟମ୍‌ରେ ରଖାଯାଇଛି । ସିନ୍ଧିଆ ପରିବାର ସହ ଜଡିତ ସୂତ୍ରରୁ ଏହି ସୂଚନା ମିଳିଛି ।

୭୦ ବର୍ଷୀୟା ମାଧବୀ ରାଜେ ଦୀର୍ଘ ଦିନରୁ ଅସୁସ୍ଥ ଅଛନ୍ତି । କିନ୍ତୁ ବର୍ତ୍ତମାନ ତାଙ୍କ ଅବସ୍ଥା ଗୁରୁତର ରହିଛି ଏବଂ ତାଙ୍କୁ ଚିକିତ୍ସା ପାଇଁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଇବାକୁ ପଡ଼ିଛି । ଏବେ ସେ ଚିକିତ୍ସିତ ଅଛନ୍ତି ।

ମାଧବୀ ରାଜେ ସିନ୍ଧିଆ ମୂଳତଃ ନେପାଳର ବାସିନ୍ଦା । ତାଙ୍କ ପରିବାର ନେପାଳ ରାଜ ପରିବାରର । ତାଙ୍କ ଜେଜେବାପା ଶମ୍‌ଶେର ଜଙ୍ଗ ବାହାଦୂର ରାଣା ନେପାଳର ପ୍ରଧାନମନ୍ତ୍ରୀ ମଧ୍ୟ ରହିଛନ୍ତି । ମାଧବରାଓ ସିନ୍ଧିଆଙ୍କ ସହ ବିବାହ ପୂର୍ବରୁ ତାଙ୍କର ନାମ ପ୍ରିନ୍ସେସ୍‌ କିରଣ ରାଜଲକ୍ଷ୍ମୀ ଦେବୀ ଥିଲା । ୧୯୬୬ରେ ଗ୍ୱାଲିଅରର ସିନ୍ଧିଆ ରାଜ ପରିବାରର ମାଧବରାଓ ସିନ୍ଧିଆଙ୍କ ସହିତ ତାଙ୍କର ବିବାହ ହୋଇଥିଲା ।

କହି ରଖୁଛୁ, ମାଧବୀ ରାଜେଙ୍କ ସ୍ୱାମୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମାଧବରାଓ ସିନ୍ଧିଆଙ୍କର ୨୦୦୧ ସେପ୍ଟେମ୍ବର ୩୦ରେ ଦେହାନ୍ତ ହୋଇଥିଲା । ୟୁପିର ମେନପୁରୀ ନିକଟରେ ଏକ ବିମାନ ଦୁର୍ଘଟଣାରେ ମାତ୍ର ୫୬ ବର୍ଷ ବୟସରେ ସେ ପ୍ରାଣ ହରାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.