ବାପାଙ୍କ ଗଡ଼ରେ ବୁଲୁଛନ୍ତି ଅରବିନ୍ଦ, ବିଜେଡିରେ ମିଶିବା ନେଇ ଜୋର୍‌ଧରିଛି ଚର୍ଚ୍ଚା

ଖୁବଶୀଘ୍ର ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ବିଜେଡିରେ ମିଶିବା ନେଇ ଚର୍ଚ୍ଚା । ବର୍ଷେ ହେଲାଣି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି ଅରବିନ୍ଦ ମହାପାତ୍ର। ବାପାଙ୍କ ଗଡ଼ରେ ବୁଲୁଛନ୍ତି ଅରବିନ୍ଦ ।

କେନ୍ଦ୍ରପଡ଼ା(କେନ୍ୟୁଜ୍‌): ଖୁବଶୀଘ୍ର ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ବିଜେଡିରେ ମିଶିବା ନେଇ ଚର୍ଚ୍ଚା । ବର୍ଷେ ହେଲାଣି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି ଅରବିନ୍ଦ ମହାପାତ୍ର। ବାପାଙ୍କ ଗଡ଼ରେ ବୁଲୁଛନ୍ତି ଅରବିନ୍ଦ । ପାଟକୁରାରେ ଯୋଡୁଛନ୍ତି ଜନସମ୍ପର୍କ । ନିଜ ଦମରେ ପ୍ରଚାରରେ ମାତିଛନ୍ତି ଅରବିନ୍ଦ । କୌଣସି ରାଜନୈତିକ ଦଳ ସହ ସଂପୃକ୍ତ ଥିବା ଦେଖିବାକୁ ମିଳୁ ନାହିଁ । ବାପା ବିଜୟ ମହାପାତ୍ର ବିଜେପିରେ ଅଛନ୍ତି କିନ୍ତୁ ପୁଅ ଅରବିନ୍ଦ ଏଯାଏ କୌଣସି ଦଳରେ ବିଧିବଦ୍ଧ ଭାବରେ ଯୋଗ ଦେଇ ନାହାନ୍ତି । ଯଦି ଅରବିନ୍ଦ ମହାପାତ୍ର ବିଜେଡିରେ ଯୋଗ ଦିଅନ୍ତି ତେବେ ସେ କେଉଁଠୁ ଲଢ଼ିବେ ତାକୁ ନେଇ ଚର୍ଚ୍ଚା ହେଉଛି । ଏନେଇ ଆଜି ନିଜ ଗାଁ ରାଳକୁସୁମାରେ ସମର୍ଥକଙ୍କ ସହ ଆଲୋଚନା କରିଛନ୍ତି । ଏଥିପାଇଁ ବିଜୟ ମହାପାତ୍ରଙ୍କ ଘରେ ଭିଡ଼ ଜମିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.