ମହିଳାମାନେ ଶରୀରରେ ଏହି ୫ଟି ସମସ୍ୟାକୁ ଅଣଦେଖା କରିବା ଉଚିତ ନୁହେଁ, ନଚେତ ହୋଇପାରେ ବଡ଼ ସମସ୍ୟା

ଅଫିସ୍ ଏବଂ ଘରକୁ ବାଲାନ୍ସ କରିବା ଯୋଗୁ, ମହିଳାମାନେ ସ୍ୱାସ୍ଥ୍ୟ ଉପରେ ଠିକ୍‌ ଭାବେ ଧ୍ୟାନ ଦେଇପାରୁ ନାହାନ୍ତି । ତେବେ ବୟସ ବଢିବା ସହିତ ସମସ୍ୟା ବଢିବାରେ ଲାଗେ ଏବଂ ଏହାର ପ୍ରଭାବ ସ୍ୱାସ୍ଥ୍ୟ ଉପରେ ଦେଖିବାକୁ ମିଳିଥାଏ ।

ଆଜିକାଲି ମହିଳାମାନେ ଜୀବନରେ ସଫଳତାର ନୂଆ ନୂଆ ଉଚ୍ଚତାକୁ ଯାଉଛନ୍ତି । ଏଭଳି ପରିସ୍ଥିତିରେ ଅଫିସ୍ ଏବଂ ଘରକୁ ବାଲାନ୍ସ କରିବା ଯୋଗୁ, ମହିଳାମାନେ ସ୍ୱାସ୍ଥ୍ୟ ଉପରେ ଠିକ୍‌ ଭାବେ ଧ୍ୟାନ ଦେଇପାରୁ ନାହାନ୍ତି । ତେବେ ବୟସ ବଢିବା ସହିତ ସମସ୍ୟା ବଢିବାରେ ଲାଗେ ଏବଂ ଏହାର ପ୍ରଭାବ ସ୍ୱାସ୍ଥ୍ୟ ଉପରେ ଦେଖିବାକୁ ମିଳିଥାଏ । ଯେପରି ଶରୀରରେ ଏନିମିଆ ଭଳି ସମସ୍ୟା ହୋଇଥାଏ । ଏହା ବ୍ୟତୀତ ହାଡରେ କଷ୍ଟ ଅନୁଭବ ହେବା, ମୁଣ୍ଡବିନ୍ଧା ଏବଂ ହାର୍ଟ ସମ୍ବନ୍ଧୀୟ ରୋଗର ଯନ୍ତ୍ରଣା ବଢିବାକୁ ଲାଗିଥାଏ । ଏପରି ପରିସ୍ଥିତିରେ ପ୍ରତ୍ୟେକ ମହିଳା ଶରୀରରେ ଥିବା ଏହି ୫ଟି ଜିନିଷର ଅଭାବ ବିଷୟରେ ଜାଣିବା ଉଚିତ୍ । ତେବେ ୯୦% ମହିଳା ନିଜ ଶରୀରରେ ଏହି ୫ ଟି ଜିନିଷର ଅଭାବକୁ ଅଣଦେଖା କରନ୍ତି । ଯେଉଁ କାରଣରୁ ସେମାନେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାର ସାମ୍ନା କରିଥାନ୍ତି । ତାହେଲେ ଆସନ୍ତୁ ଏହି ବିଷୟରେ ବିଶେଷ ଭାବେ ଜାଣିବା ।

ଶରୀରରେ ଆଇରନ୍‌ର ଅଭାବ :
ଆଇରନ୍‌ ଅଭାବ ଅଧିକାଂଶ ମହିଳାଙ୍କଠାରେ ଦେଖାଯାଏ, ଯାହା ଫଳରେ ଶରୀର ଏନିମିଆର ଶିକାର ହୋଇଥାଏ । ଏହା ଦୁର୍ବଳତା, ମୁଣ୍ଡବିନ୍ଧା, ନିଦ ନହେବା ଭଳି ସମସ୍ୟା ଏବଂ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିପାରେ । ଏହା ବ୍ୟତୀତ ଏହା ଗର୍ଭଧାରଣ ସମୟରେ ଅନେକ ସମସ୍ୟା ସୃଷ୍ଟି କରିଥାଏ । ତେଣୁ ମହିଳାମାନେ ସମୟ ସମୟରେ ଆଇରନ୍‌ ଟେଷ୍ଟ କରିବା ଉଚିତ ଏବଂ ଏହାର ଅଭାବକୁ ଦୂର କରିବା ଉଚିତ୍ ।

ଶରୀରରେ ଜିଙ୍କର ଅଭାବ :
ମହିଳାମାନଙ୍କଠାରେ ଜିଙ୍କ ଅଭାବ ଅଧିକ ସମୟ ଧରି ଦେଖାଯାଏ । ଶରୀରରେ ରୋଗ ପ୍ରତିରୋଧକ କୋଷକୁ ସୁସ୍ଥ ରଖିବା ପାଇଁ ଜିଙ୍କ ଜରୁରୀ ହୋଇଥାଏ । ବାସ୍ତବରେ ପ୍ରତିରକ୍ଷା ପ୍ରଣାଳୀ ସଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ ଶରୀରରେ ଜିଙ୍କ ଆବଶ୍ୟକ । ତେବେ ଜିଙ୍କ ଅଭାବ ନିମୋନିଆ ପରି ଇନ୍‌ଫେକ୍ସନ୍‌ର ଆଶଙ୍କା ବଢାଇପାରେ । ତେଣୁ ଏହାକୁ ରୋକିବା ପାଇଁ ଶରୀରରେ ଜିଙ୍କ ଅଭାବକୁ ଦୂର କରିବା ଉଚିତ ।

ମହିଳାମାନଙ୍କ ଶରୀରରେ କ୍ୟାଲସିୟମ ଅଭାବ :
ଶରୀରରେ ଅଧିକ ସମୟ ଧରି କ୍ୟାଲସିୟମ ଅଭାବ ହେବା ଯୋଗୁ ହାଡ ଯନ୍ତ୍ରଣା, ମାଂସପେଶୀରେ କଷ୍ଟ ହେବା, ଡିପ୍ରେସନ୍‌, ଅଷ୍ଟିଓପୋରୋସିସ୍ ଏବଂ ଥକ୍କା ଭଳି ଲକ୍ଷଣ ସୃଷ୍ଟି ହୋଇଥାଏ । ଏହା ବ୍ୟତୀତ ଗଣ୍ଠି ଯନ୍ତ୍ରଣା ଆରମ୍ଭ ହୋଇପାରେ, ଯେଉଁଥି ପାଇଁ ଆପଣ ଶରୀରରେ କ୍ୟାଲସିୟମ ଅଭାବକୁ ଦୂର କରିବା ଉଚିତ ।

ମହିଳାମାନଙ୍କ ଶରୀରରେ ଭିଟାମିନ୍ B12 ଅଭାବ :
ମହିଳାମାନଙ୍କ ଶରୀରରେ ଭିଟାମିନ୍ B12 ଅଭାବକୁ ଦୂର କରିବା ଉଚିତ । ବାସ୍ତବରେ ଯେତେବେଳେ ଶରୀରରେ ଭିଟାମିନ୍ B12 ର ଅଭାବ ଥାଏ, ସେତେବେଳେ ପର୍ଯ୍ୟାପ୍ତ ପରିମାଣରେ ଲାଲ ରକ୍ତ କଣିକା ଉତ୍ପନ୍ନ ହୁଏ ନାହିଁ । ଏହି କାରଣରୁ ଆପଣଙ୍କର ଟିସୁ ଏବଂ ଅଙ୍ଗଗୁଡ଼ିକ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ପାଆନ୍ତି ନାହିଁ । ପର୍ଯ୍ୟାପ୍ତ ଅମ୍ଳଜାନ ନପାଇବା ଦ୍ୱାରା, ଆପଣଙ୍କ ଶରୀର ସଠିକ୍ ଭାବରେ କାର୍ଯ୍ୟ କରିପାରିବ ନାହିଁ । ଏହି କାରଣରୁ ଦୁର୍ବଳତା ଲାଗିବା, ମାଂସପେଶୀରେ କଷ୍ଟ ହେବା, ଅସ୍ଥିରତା ଲାଗିବା, ଚାଲିବାରେ ଅସୁବିଧା ହେବା, ବାନ୍ତି, ଓଜନ କମି ଯିବା, ବିରକ୍ତିକରତା ଲାଗିବା, ଥକାପଣ ଏବଂ ଚିନ୍ତା ପରି ଅନେକ ଜିନିଷ ଅନୁଭବ ହୋଇଥାଏ ।

ମହିଳାମାନଙ୍କ ଶରୀରରେ ମ୍ୟାଗ୍ନେସିୟମ୍ ଅଭାବ :
ମହିଳାମାନଙ୍କ ଶରୀରରେ ମ୍ୟାଗ୍ନେସିୟମର ଅଭାବ ହାର୍ଟ ଆଟାକର କାରଣ ହୋଇପାରେ । ମ୍ୟାଗ୍ନେସିୟମର ଅଭାବ ହେତୁ ଭୋକ କମ୍‌ ହେବ, ବାନ୍ତି ହେବା, ମାଂସପେଶୀରେ କଷ୍ଟ କିମ୍ବା ଶୀତ ଲାଗିବା ଏବଂ ହାର୍ଟ ବିଟ୍‌ ଜୋର ଚାଲିବା ଭଳି ସମସ୍ୟା ଦେଖାଯାଏ । ତେଣୁ ସମୟ ସମୟରେ ଏହି ଜିନିଷଗୁଡ଼ିକୁ ପରୀକ୍ଷା କରିବା ଉିଚିତ । ଯାହା ଫଳରେ ଆପଣ ଏହି ସବୁ ସମସ୍ୟାରୁ ରକ୍ଷା ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.