ମଧ୍ୟ ପ୍ରଦେଶ: ଗୁନାରେ ଲ୍ୟାଣ୍ଡିଂ ସମୟରେ ବିମାନ ଦୁର୍ଘଟଣାଗ୍ରସ୍ତ, ଟ୍ରେନି ପାଇଲଟ୍‌ ଆହତ

ଏହି ଦୁର୍ଘଟଣାରେ ଟ୍ରେନି ପାଇଲଟ୍‌ ଆହତ ହୋଇଛନ୍ତି । ଆହତ ପାଇଲଟ୍‌ ହେଲେ ନ୍ୟାନ୍ସି ମିଶ୍ରା । ତାଙ୍କୁ ଚିକିତ୍ସା ପାଇଁ ଗୁନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମଧ୍ୟ ପ୍ରଦେଶର ଗୁନା ଜିଲ୍ଲାରେ ବୁଧବାର ନିମଚରୁ ଉଡ଼ାଣ ଭରିଥିବା ବିମାନ ଗୁନା ଏରୋଡ୍ରୋମରେ କ୍ରାସ୍‌ ହୋଇଯାଇଛି । ଇଞ୍ଜିନରେ ତ୍ରୁଟି ହେତୁ ଗୁନାରେ ଜରୁରୀକାଳୀନ ଅବତରଣ ପାଇଁ ସାହାଯ୍ୟ ମଗାଯାଇଥିଲା । ହେଲେ ଜରୁରୀ ଅବତରଣ ବେଳେ ହଠାତ୍‌ ରନୱେ ବାହାରେ ଲ୍ୟାଣ୍ଡିଂ ହେବାରୁ ବିମାନଟି କ୍ରାସ୍‌ ହୋଇଥିଲା ।

ଏହି ଦୁର୍ଘଟଣାରେ ଟ୍ରେନି ପାଇଲଟ୍‌ ଆହତ ହୋଇଛନ୍ତି । ଆହତ ପାଇଲଟ୍‌ ହେଲେ ନ୍ୟାନ୍ସି ମିଶ୍ରା । ତାଙ୍କୁ ଚିକିତ୍ସା ପାଇଁ ଗୁନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରନୱେରେ ଲ୍ୟାଣ୍ଡିଂ କରିବା ସମୟରେ ଜଳାଶୟ ପାର୍ଶ୍ୱ ବୁଦାଳିଆ ଜାଗାରେ ବିମାନ କ୍ରାସ୍‌ ହୋଇଯାଇଥିଲା । ଏହି ଘଟଣାକୁ ନେଇ ଯାଞ୍ଚ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.