କଂଗ୍ରେସକୁ ଫେରିଲେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା

ଶ୍ରୀକାନ୍ତ ଜେନାଙ୍କ ଘରବାହୁଡ଼ା । କଂଗ୍ରେସକୁ ଫେରିଲେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା । ନୂଆଦିଲ୍ଲରେ ଏଆଇସିସି କାର୍ଯ୍ୟାଳୟରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ ସେ ପୁଣି ଥରେ କଂଗ୍ରେସରେ ସାମିଲ ହୋଇଛନ୍ତି ।

ନୂଆଦିଲ୍ଲୀ : ଶ୍ରୀକାନ୍ତ ଜେନାଙ୍କ ଘରବାହୁଡ଼ା । କଂଗ୍ରେସକୁ ଫେରିଲେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା । ନୂଆଦିଲ୍ଲରେ ଏଆଇସିସି କାର୍ଯ୍ୟାଳୟରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ ସେ ପୁଣି ଥରେ କଂଗ୍ରେସରେ ସାମିଲ ହୋଇଛନ୍ତି । ଏହି ଅବସରରେ ଦଳର ଅନ୍ୟାନ୍ୟ ବରିଷ୍ଠ ନେତା ସାମିଲ ଥିଲେ । କଂଗ୍ରେସ ଓ ତାଙ୍କ ମଧ୍ୟରେ ଯେଉଁ ସବୁ ପାର୍ଥକ୍ୟ ଥିଲା ଆଲୋଚନା ପରେ ସମାଧାନ ହୋଇ ସାରିଥିବା ନେଇ ଦଳରେ ଯୋଗ ଦେବା ପରେ କହିଛନ୍ତି ଶ୍ରୀକାନ୍ତ ଜେନା । ଓଡ଼ିଶାରେ ବିଜେପି-ବିଜେଡିକୁ ଟକ୍କର ଦେବା ପାଇଁ କଂଗ୍ରେସ-ଇଣ୍ଡି ମେଣ୍ଟକୁ ସୁଦୃଢ କରିବା ପାଇଁ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

ଦଳ ବିରୋଧି କାର୍ଯ୍ୟ ପାଇଁ ୨୦୧୮ ଡିସେମ୍ବର ମାସରେ ଶ୍ରୀକାନ୍ତ ଜେନାଙ୍କୁ ଦଳର ଇସ୍ତାହାର କମିଟିରୁ ବିଦା କରାଯାଇଥିଲା । ପରେ ୨୦୧୯ ଜାନୁଆରି ମାସରେ ଦଳରୁ ସେ କଂଗ୍ରେସରୁ ବହିଷ୍କୃତ ହୋଇଥିଲେ । ଜନତା ଦଳରୁ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ ଶ୍ରୀକାନ୍ତ ଜେନା। ୩ଥର ବିଧାୟକ ଓ ୪ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୯ ସାଧାରଣ ନିର୍ବାଚନରେ ସେ ବାଲେଶ୍ବର ଆସନରୁ କଂଗ୍ରେସ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.