ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀ ପକ୍ଷରୁ ହାଇକୋର୍ଟରେ ଅପିଲ ଦାଖଲ

ବହୁଚର୍ଚ୍ଚିତ ନୟାଗଡ଼ର ପରୀ ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ସରୋଜ ସେଠୀ ପକ୍ଷରୁ ହାଇକୋର୍ଟରେ ଅପିଲ ଦାଖଲ କରାଯାଇଛି। ନୟାଗଡ଼ ଚିଲଡ୍ରେନ କୋର୍ଟଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ହାଇକୋର୍ଟରେ ସରୋଜ ସେଠୀ ଏହି ଅପିଲ କରିଛନ୍ତି। ନୟାଗଡ଼ ଚିଲଡ୍ରେନ କୋର୍ଟ ଗତ ଫେବୃଆରୀ ୬ ତାରିଖରେ ୨୦ ବର୍ଷର ସଶ୍ରମ ସଜ୍ଜା ସହିତ ୬ ହଜାର ଟଙ୍କା ଜରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଭୁବନେଶ୍ୱର(କେନ୍ୟୁଜ): ବହୁଚର୍ଚ୍ଚିତ ନୟାଗଡ଼ର ପରୀ ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ସରୋଜ ସେଠୀ ପକ୍ଷରୁ ହାଇକୋର୍ଟରେ ଅପିଲ ଦାଖଲ କରାଯାଇଛି। ନୟାଗଡ଼ ଚିଲଡ୍ରେନ କୋର୍ଟଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ହାଇକୋର୍ଟରେ ସରୋଜ ସେଠୀ ଏହି ଅପିଲ କରିଛନ୍ତି। ନୟାଗଡ଼ ଚିଲଡ୍ରେନ କୋର୍ଟ ଗତ ଫେବୃଆରୀ ୬ ତାରିଖରେ ୨୦ ବର୍ଷର ସଶ୍ରମ ସଜ୍ଜା ସହିତ ୬ ହଜାର ଟଙ୍କା ଜରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ୩୦ ତାରିଖ ଦିନ ମଧ୍ୟରେ ଦୋଷୀ ଚାହିଁଲେ ଅପିଲ କରି ପାରିବ ଏବଂ ଆଜି ଥିଲା ଅପିଲ କରିବାର ଶେଷ ତାରିଖ । ଶେଷ ତାରିଖରେ ଅପିଲ କରିଛନ୍ତି ସରୋଜ ସେଠୀ । ସରୋଜଙ୍କ ଓକିଲ ମାନସ ଚାନ୍ଦଙ୍କ ଏହି ସୂଚନା ଦେଇଛନ୍ତି।

ସାକ୍ଷୀଙ୍କ ଵୟାନ ଆଧାରରେ ସରୋଜ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଏହି ସାକ୍ଷୀଙ୍କୁ ଅଭିଯୋଗକାରିଣୀ ପରୀର ମା ଅଭିଯୁକ୍ତ ଭାବେ ଦର୍ଶାଇଥିଲେ। ସେହିଭଳି ସାକ୍ଷୀଙ୍କ ୧୬୪ ଧାରାର ଵୟାନ ନୟାଗଡ଼ କୋର୍ଟରେ କରା ନ ଯାଇ ଭୁବନେଶ୍ୱର କୋର୍ଟରେ କରାଯାଇଛି ବୋଲି ଅପିଲରେ ଦର୍ଶାଯାଇଛି। ଏହା ସହିତ ମିଳିଥିବା ଗାମୁଛା ଓ ଜିଆଇ ତାର ଭଳି ଜବତ ସାମଗ୍ରୀରୁ ସରୋଜ ହତ୍ୟାକାରୀ ବୋଲି ପ୍ରମାଣ ମିଳି ନ ଥିବା ଆବେଦନରେ କୁହାଯାଇଛି।

ଏହି ମାମଲାର ଶୁଣାଣି ନୟାଗଡ଼ ଚିଲଡ୍ରେନ କୋର୍ଟରେ ଚାଲିଥିବା ବେଳେ ଅନେକ ସାଇଣ୍ଟିଫିକ୍‌ ପ୍ରମାଣ ଦାଖଲ କରିଥିଲା ତଦନ୍ତକାରୀ ଟିମ। ଆଇନ ଅନୁସାରେ ଦୋଷୀକୁ ଦଣ୍ଡଦେବା ସମସ୍ତଙ୍କ ଉଦ୍ଦେଶ୍ୟ ଥିଲା । ଏନେଇ କୋର୍ଟରେ ସମସ୍ତ ପ୍ରକାର ପ୍ରମାଣ, ଯୁକ୍ତି ଉପସ୍ଥାପନ ହୋଇଥିଲା । ଦୋଷୀ ନାବାଳକ ହୋଇଥିବାରୁ ତାକୁ ୨୦ ବର୍ଷ ଜେଲ୍‌ ହେଲା । ଦୋଷୀ ସାବାଳକ ହୋଇଥିଲେ ତାକୁ ସର୍ବାଧିକ ଦଣ୍ଡ ଫାଶି ମିଳିଥାନ୍ତା । ସେ ୨୧ ବର୍ଷ ପର୍ଯ୍ୟନ୍ତ ବାଳ ସୁଧାର ଗୃହରେ ରହିବ । ୨୦୨୦ ମସିହା ଜୁଲାଇ ୧୪ରେ ଘର ଅଗଣାରୁ ୫ ବର୍ଷର ଝିଅ ପରୀ ନିଖୋଜ ହୋଇଯାଇଥିଲା । ନିଖୋଜ ହେବାର ୧୦ ଦିନ ପରେ ଘର ନିକଟସ୍ଥ ପୋଖରୀରୁ ଏକ ବସ୍ତା ଭିତରୁ ପରୀର ଦେହାବଶେଷ ଉଦ୍ଧାର କରାଯାଇଥିଲା । କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ଭାର ନେଇଥିଲା । ଏପରିକି ଏହି ଘଟଣା ପାଇଁ ଏସଆଇଟି ମଧ୍ୟ ଗଠନ କରାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.