Below header

କଟକ: ମୁଣ୍ଡିଆ ମାରିବା ବେଳେ ମୁଣ୍ଡରେ ପଡିଲା ହାବେଳି ବାଣ, ଗୁରୁତର ଅବସ୍ଥାରେ ମେଡିକାଲ ସ୍ଥାନାନ୍ତରବେଳେ ବାଟରେ ମୃତ୍ୟୁ

କଟକ: ବିଶ୍ୱଶାନ୍ତି ଯଜ୍ଞ ବେଳେ ଅଘଟଣ। କଟକ ଗୋବିନ୍ଦପୁର ଥାନା କଣ୍ଟାପଡା ବ୍ଲକ ବଡବିଲ ଡଳିବାବା ମଠରେ ବିଶ୍ୱଶାନ୍ତି ଯଜ୍ଞର ପୂର୍ଣ୍ଣାହୁତି ବେଳେ ଘଟିଛି ଅଘଟଣ । ଶହ ଶହ ଭକ୍ତ ଯଜ୍ଞର ପୂର୍ଣ୍ଣାହୁତିରେ ସାମିଲ ହୋଇ ବାଣ ଫୁଟାଇଥିଲେ । ଏହି ସମୟରେ ବଡବିଲ ଗାଁର ସରୋଜିନୀ ଆଚାର୍ଯ୍ୟ ନାମକ ଜଣେ ମହିଳା ଯଜ୍ଞସ୍ଥଳରେ ମୁଣ୍ଡିଆ ମାରିବା ସମୟରେ ଏକ ହାବେଳି ବାଣ ତାଙ୍କ ମୁଣ୍ଡ ଉପରେ ପଡିଥିଲା । ଏହାପରେ ଗୁରୁତର ଅବସ୍ଥାରେ ମହିଳା ଜଣଙ୍କୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.