ସ୍ୱାମୀଙ୍କୁ ହତ୍ୟା ପାଇଁ ସ୍ତ୍ରୀ ସୁପାରୀ ଦେବା ଘଟଣା: ସ୍ତ୍ରୀ ସିଲସିଲା କହିଲେ ମୁଁ ଫେରାର ହେଇନି ଭୁବନେଶ୍ୱରରେ ଅଛି

ଭୁବନେଶ୍ବର(କେନ୍ୟୁଜ୍):  ସ୍ୱାମୀଙ୍କୁ ହତ୍ୟା ପାଇଁ ସ୍ତ୍ରୀ ସୁପାରୀ ଦେବା ଘଟଣା । ଗଣମାଧ୍ୟମ ସମ୍ନାରେ ପ୍ରତିକ୍ରିୟା ରଖିଲେ ସ୍ତ୍ରୀ ସିଲସିଲା । ମୁଁ ଫେରାର ହେଇନି । ମୁଁ ଭୁବନେଶ୍ୱର ରେ ଅଛି । ମତେ ପୋଲିସ କୌଣସି ପ୍ରକାର ଯୋଗାଯୋଗ କରିନି । ମୁଁ ମୋ ସ୍ୱାମୀ ଙ୍କୁ ମାରିବା ପାଇଁ ସୁପାରି ଦେଇନି । ସୁପାରି କିଲର କୁ ମୁଁ ଚିହ୍ନିନି ।

ପୋଲିସ ଓ ମୋ ସ୍ୱାମୀ ମତେ ମିଛରେ ଫସୁଛନ୍ତି । ସ୍ୱାମୀଙ୍କ ଚରିତ୍ରକୁ ନେଇ କଲେ ଆକ୍ଷେପ । ଅନେକ ମହିଳାଙ୍କ ସହ ସ୍ୱାମୀଙ୍କର ଅନୈତିକ ସମ୍ପର୍କ ଥିବା ଓଲଟା ଅଭିଯୋଗ ଆଣିଲେ ସ୍ତ୍ରୀ । ସେ ସ୍ୱାମୀଙ୍କ ଅଭିଯୋଗ ସମ୍ପର୍କରେ ଆଣିଥିବା ଅଭିଯୋଗ ସମ୍ପର୍କରେ ଜାଣିନଥିବା କହିଲେ । ମଞ୍ଚେଶ୍ୱର ଥାନା ସହଯୋଗରେ ତାଙ୍କ ସ୍ୱାମୀ ନାରୀ ସୁରକ୍ଷା ଓ ତାଙ୍କ ଆତ୍ମାସୁରକ୍ଷାକୁ କ୍ଷତି ପହଞ୍ଚଇଲେ ବୋଲି ଅଭିଯୋଗ କଲେ । ଅଶୋକ ସାହୁଙ୍କୁ ମୋ ସ୍ୱାମୀ ନିଜେ ଡ୍ରାଇଭର ରଖିଥିଲେ । ମୋ ନାଁ ରେ ଆସୁଥିବା ଅଭିଯୋଗ  ସବୁ ମିଛ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.