Below header

ଭୁବନେଶ୍ୱର : ଋଚିକା ମାର୍କେଟ ଅଞ୍ଚଳରେ ମହିଳାଙ୍କୁ ହତ୍ୟା, ବନ୍ଦ ଘରୁ ଉଦ୍ଧାର ହେଲା ମୃତଦେହ

ଭୁବନେଶ୍ୱର(କେନ୍ୟୁଜ୍‌) : ଏକ ଅଭାବନୀୟ ଘଟଣାକ୍ରମେ ଆଜି ଭୁବନେଶ୍ୱର ଋଚିକା ମାର୍କେଟ ଅଞ୍ଚଳର ଏକ ବନ୍ଦ ଘରୁ ଜଣେ ମହିଳାଙ୍କ ମୃତ ଦେହକୁ ପୋଲିସ ଜବତ କରିଛି । ଅପରାଧୀ ମହିଳାଙ୍କୁ ହତ୍ୟା କରିବା ପରେ ଘରେ ତାଲା ପକାଇ କେଉଁ ଆଡେ ଫେରାର ହୋଇଯାଇଛି ।

ସୂଚନାନୁଯାୟୀ, ମୃତ ମହିଳା ଜଣେ ଯୁବକଙ୍କ ସହ ଋଚିକା ମାର୍କେଟ ନିକଟ ଏକ ବସ୍ତିରେ ଦୀର୍ଘ ୧୦ ଦିନ ହେବ ସ୍ୱାମୀ- ସ୍ତ୍ରୀ ପରିଚୟ ଦେଇ ରହି ଆସୁଥିଲେ ।

ହତ୍ୟା ସମ୍ପର୍କରେ ଖବର ପାଇବା ପରେ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଭରତପୁର ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.