କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଟେଲି ଯୋଗାଯୋଗରେ ସୁଧାର ଆଣିବା ପାଇଁ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ କନ୍ଧମାଳ ସାଂସଦ

ନୂଆଦିଲ୍ଲୀ : କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଟେଲି ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆଣିବା ଓ ମୋବାଇଲ ଟାୱାର ସ୍ଥାପନ ନେଇ କେନ୍ଦ୍ର ରେଳ ଓ ସୂଚନା ପ୍ରଯୁକ୍ତି ତଥା ଇଲେକ୍ଟ୍ରୋନିକ୍ସ ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନିକଟରେ ଦାବି ଜଣାଇଛନ୍ତି କନ୍ଧମାଳ ସାଂସଦ ଡକ୍ଚର ଅଚ୍ୟୁତ ସାମନ୍ତ ।

ଆଜି ଡକ୍ଟର ଅଚ୍ୟୁତ ସାମନ୍ତ କେନ୍ଦ୍ରମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଏସଂପର୍କରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ଡକ୍ଚର ସାମନ୍ତ ତାଙ୍କ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, କନ୍ଧମାଳ ସଂସଦୀୟ କ୍ଷେତ୍ରରେ ପ୍ରାୟ ୬୦ ପ୍ରତିଶତ ଅଞ୍ଚଳରେ ମୋବାଇଲ ଟାୱାର ସ୍ଥାପନ ହୋଇପାରିନାହିଁ। ଏହା ଦେଶର ସର୍ବାଧିକ ଟେଲି ଯୋଗାଯୋଗ ବ୍ୟବସ୍ଥା ନଥିବା ଅଞ୍ଚଳ ବୋଲି ଡକ୍ଟର ସାମନ୍ତ ପତ୍ରରେ ଉଲ୍ଲେଖ କରିଛନ୍ତି।

ମାନ୍ୟବର ମନ୍ତ୍ରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଏହାର ସମାଧାନ ପାଇଁ ଡକ୍ଟର ଅଚ୍ୟୁତ ସାମନ୍ତ ଦାବି ଜଣାଇଛନ୍ତି। ଡକ୍ଚର ସାମନ୍ତଙ୍କର ଦାବି ଗ୍ରହଣ କରି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଖୁବ୍ ଶୀଘ୍ର କନ୍ଧମାଳ ସଂସଦୀୟ କ୍ଷେତ୍ରରେ ମୋବାଇଲ ଟାୱାର ସ୍ଥାପନ କରାଯିବା ସହ ଟେଲି ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଅଣାଯିବ ବୋଲି ଆଶ୍ୱାସନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.