Below header

ଅନୁଗୁଳ:ରାଜୀବ ଗାନ୍ଧୀ ସେବା କେନ୍ଦ୍ରର ବନ୍ଦ କୋଠରୀ ଭିତରୁ ଯୁବତୀ ଉଦ୍ଧାର, ତଦନ୍ତ ଆରମ୍ଭ କରିଛି ପୋଲିସ୍

ଅନୁଗୁଳ: ଅନୁଗୁଳ ନାଲକୋନଗର ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ଗ୍ରାମର ରାଜୀବ ଗାନ୍ଧୀ ସେବା କେନ୍ଦ୍ରର ଏକ ବନ୍ଦ କୋଠରୀରେ ଭିତରେ ରହିଥିବା ଜଣେ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ବଳରାମ ପ୍ରସାଦ ଗ୍ରାମର ପାଟଣା ସାହିର ଚକ୍ରଧର ମହାପାତ୍ର ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ପିଅନ ଭାବେ କାର୍ଯ୍ୟ ସମ୍ପାଦନ କରନ୍ତି । ଚକ୍ରଧର ଜୈନିକ ଯୁବତୀଙ୍କୁ ୧୦ବର୍ଷ ହେବ ଭଲ ପାଇ ଆସୁଥିଲେ । ଚକ୍ରଧର ପ୍ରେମ ବିବାହ ନକରି ଅନ୍ୟତ୍ର ବିବାହ କରିବାକୁ ମନସ୍ଥ କରିବା ଖବର ପାଇ ଯୁବତୀ ଜଣଙ୍କ ଚକ୍ରଧରଙ୍କୁ ହିଁ ବିବାହ କରିବାକୁ ଜିଦ୍ ଧରିଥିଲେ ।

ଯୁବତୀ ଜଣଙ୍କ ଜିଦ୍ କରିବା ଚକ୍ରଧର ଯୁବତୀଙ୍କୁ ସେବା କେନ୍ଦ୍ରକୁ ଡକାଇ ଧମକ ଚମକ ଦେଇଥିଲେ । ବନ୍ଦ କୋଠରୀରେ ତାଲା ପକାଇ ଫେରାର ହୋଇଯାଇଥିବା ଯୁବତୀ ଜଣଙ୍କ କହିଛନ୍ତି । ତେବେ ସେବା କେନ୍ଦ୍ର ନିକଟରେ କିଛି ଯୁବକ ସନ୍ଧ୍ୟା ସମୟରେ ଫୁଟବଲ୍ ଖେଳୁଥିବା ସୟେରେ ସେମାନେ ସେଠାରେ ଯୁତୀଙ୍କ ଚତ୍କାର ଶୁଣିଥିଲେ । ଯାହାପରେ ଯୁବକମାନେ ସ୍ଥାନୀୟ ଲୋକଙ୍କୁ ଡାକିବା ସହିତ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ୍ ପହଁଚି ଯୁବତୀଙ୍କୁ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.