ବଜେଟ ୨୦୨୦ : ଜାଣନ୍ତୁ ନୂଆ ଟ୍ୟାକ୍ସ ସ୍ଲାବ ଅନୁଯାୟୀ କେମିତି କରିବେ ନିଜ ଆୟକରର ଗଣନା

କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଲା ସିତାରମଣ ଚଳିତ ଦଶନ୍ଧିର ପ୍ରଥମ ବଜେଟ ଫେବୃଆରୀ ପହିଲାରେ ଉପସ୍ଥାପନ କରିଛନ୍ତି । ଏଥର ବଜେଟରେ ଆୟକର ବାବଦରେ କିଛିଟା ଛାଡ ଦିଆଯାଇଥିବା ଜଣାଯାଇଛି । ମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ୫ ଲକ୍ଷ ପର୍ଯ୍ୟନ୍ତର ଆୟକାରୀଙ୍କୁ କର ସମ୍ପୂର୍ଣ ଛାଡ ହୋଇଥିବା ବେଳେ ୫ ରୁ ୭.୫ ଲକ୍ଷର ଆୟକାରୀଙ୍କୁ ଦେବାକୁ ପଡିବ ୧୦ ପ୍ରତିଶତ କର । ଯାହାକି ପୂର୍ବରୁ ଥିଲା ୨୦ ପ୍ରତିଶତ । ୭.୫ ଲକ୍ଷ ରୁ ଆରମ୍ଭ କରି ୧୦ ଲକ୍ଷ ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତି ଦେବେ ୧୫ ପ୍ରତିଶତ ଟ୍ୟାକ୍ସ । ଯେବେକି ୧୦ ରୁ ୧୨.୫ ଲକ୍ଷ ପାଇଁ ରଖାଯାଇଛି ୨୦ ପ୍ରତିଶତ । ୧୨.୫ ରୁ ଆରମ୍ଭ କରି ୧୫ ଲକ୍ଷ ଯାଏଁ ଆୟ କରୁଥିବା ବ୍ୟକ୍ତିଙ୍କୁ ଆୟକର ବାବଦରେ ୨୫ ପ୍ରତିଶତ ଟଙ୍କା ଦେବାକୁ ହେବ ।

 

taxes

କିନ୍ତୁ ବାର୍ଷିକ ୧୫ ଲକ୍ଷ ଟଙ୍କାରୁ ଅଧିକ ଆୟ କରୁଥିବା ଲୋକଙ୍କୁ ୩୦ ପ୍ରତିଶତ ପର୍ଯ୍ୟନ୍ତର କର ଚୁକେଇବାକୁ ହେବ ।ବିକାଶର ଗତିକୁ ଆହୁରି ଦ୍ରୁତ କରିବା ଉଦ୍ଦେଶ୍ୟରେ ହିଁ କର ବାବଦରେ ଏପରି ଛାଡ କରାଯାଇଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ । କିନ୍ତୁ ଆୟକରରେ ଏପରି ଛାଡ଼ କାରଣରୁ ସରକାରଙ୍କୁ ପ୍ରାୟ ୪୮ ହଜାର କୋଟି ଟଙ୍କାର ରାଜସ୍ଵ ହାନି ସହିବାକୁ ପଡିପାରେ । ସୂଚନା ଦେବା ଯୋଗ୍ୟ ଯେ, ଫେବୃଆରୀ ମାସରେ ପିୟୁଷ ଗୋୟଲଙ୍କ ଦ୍ୱାରା ଜାରିକରଯାଇଥିବା ବଜେଟରେ ଆୟକର ଛାଡ଼ର ସମୟସୀମା ୫ ଲକ୍ଷକୁ ବୃଦ୍ଧି କରାଯାଇଥିଲା । ନିର୍ବାଚନ ପରର ବଜେଟରେ ବି ସୀତାରମଣ ଏହି ବ୍ୟବସ୍ଥାକୁ ଜାରି କରିଥିଲେ । କିନ୍ତୁ ୫ ଲକ୍ଷରୁ ଅଧିକ ଆୟକାରୀ ମାନଙ୍କ ଟ୍ୟାକ୍ସ ସ୍ଲାବରେ ସେପରି କୌଣସି ପରିବର୍ତ୍ତନ କରାଯାଇଥିଲା ।

taxes

ଅବଶ୍ୟ ୮୦ସି ସେକ୍ସନ ଅନୁଯାୟୀ ୧.୫ ଲକ୍ଷ ଟଙ୍କା ନିବେଶ କଲେ ପାୟା ୬.୫ ଲକ୍ଷ ପର୍ଯ୍ୟନ୍ତର ଆୟକର ଛାଡ ହୋଇଯିବ । ଅନ୍ୟପକ୍ଷରେ ସରକାର ଷ୍ଟାଣ୍ଡାର୍ଡ ଡିସ୍କସନର ସୀମା ବି ୪୦ ହଜାର ଟଙ୍କାରୁ ବଢ଼ାଇ ୫୦ ହଜାର କରିଦେଇଛନ୍ତି । ଆହୁରି ମଧ୍ୟ ୮୦ ସି ମୁତାବକ ମିଳୁଥିବା ଛାଡ, ଡିପୋଜିଟ ଉପରେ ମିଳୁଥିବା ସୁଧ ଓ ମେଡିକାଲ ଇନ୍ସୁରାନ୍ସ ଆଦିର ବିସ୍ତୃତ ବିବରଣୀ ସରକାରଙ୍କ ନିକଟରେ ଦାଖଲ କରିବାକୁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.