Below header

ଘରେ ପଶି ମହିଳାଙ୍କୁ ଗୁଳିମାଡ଼, ରୋଷେଇ କରୁଥିବା ବେଳେ ଅତର୍କିତ ଗୁଳି ମାଡ଼ କଲେ ମୁଖାପିନ୍ଧା ଦୁର୍ବୃତ୍ତ

ଦେବଗଡ଼(କେନ୍ୟୁଜ୍): ଘରେ ପଶି ମହିଳାଙ୍କୁ ଗୁଳିମାଡ଼ । ରୋଷେଇ କରୁଥିବା ବେଳେ ଅତର୍କିତ ଗୁଳି ମାଡ଼ କଲେ ମୁଖାପିନ୍ଧା ଦୁର୍ବୃତ୍ତ । ଏଥିରେ ମହିଳା ଗୁରୁତର ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ବାରକୋଟ ଥାନା କଦଗୋଡ଼ା ଗାଁରେ। ଗୁରୁତର ମହିଳା ଜଣକ ରୁକ୍ମଣୀ ମହନ୍ତ। ତାଙ୍କ ଗୋଡ଼ରେ ଗୁଳି ବାଜିଥିବାରୁ ଚିକିତ୍ସା ପାଇଁ ବୁର୍ଲା ସ୍ଥିତ ଭିମସାର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।

ଗତକାଲି ରାତିରେ ରୁକ୍ମଣୀଙ୍କ ସ୍ୱାମୀ ଓ ପୁଅ ବାହାରେ ଥିବାବେଳେ ରୁକ୍ମଣୀ ରୋଷେଇ କରୁଥିଲେ। ଏହି ସମୟରେ ହତାଠ୍‌ ଜଣେ ମୁଖାପିନ୍ଧା ଲୋକେ ଘର ପଶି ଅତର୍କିତ ଭାବେ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ। ତେବେ କିଏ ଓ କେଉଁ କାରଣରୁ ଗୁଳିମାଡ଼ କରିଛି ସେନେଇ କାରଣ ଜଣାପଡିନାହିଁ। ଖବର ପାଇ ବାରକୋଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.