Below header

ସହକାରୀ ଅଧ୍ୟାପକଙ୍କ ନାଁରେ ସାଂଘାତିକ ଅଭିଯୋଗ, ୭ ବର୍ଷ ହେବ ଅଧ୍ୟାପିକାଙ୍କୁ ଦେଉଛନ୍ତି ମାନସିକ ନିର୍ଯାତନା

ସମ୍ବଲପୁର ବିଶ୍ବବିଦ୍ୟାଳୟର ସହକାରୀ ଅଧ୍ୟାପକଙ୍କ ନାଁରେ ସାଂଘାତିକ ଅଭିଯୋଗ । ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଲେ ସେହି ବିଭାଗର ଜଣେ ମହିଳା ଅଧ୍ୟାପିକା । ତଦନ୍ତ ପାଇଁ ୫ଜଣିଆ ଟିମ୍ ଗଠନ ହୋଇଛି ।

ସମ୍ବଲପୁର (କେନ୍ୟୁଜ): ସହକାରୀ ଅଧ୍ୟାପକଙ୍କ ନାଁରେ ସାଂଘାତିକ ଅଭିଯୋଗ । ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଲେ ସେହି ବିଭାଗର ଜଣେ ମହିଳା ଅଧ୍ୟାପିକା । ତଦନ୍ତ ପାଇଁ ୫ଜଣିଆ ଟିମ୍ ଗଠନ ହୋଇଛି ।

ସୂଚନାଯୋଗ୍ୟ ଯେ, ସମ୍ବଲପୁର ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଜଣେ ସହକାରୀ ଅଧ୍ୟାପକଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଲେ ସେହି ବିଭାଗର ଜଣେ ଅଧ୍ୟାପିକା । ଘଟଣାକୁ ଗୁରୁତର ସହ ନେଇଛନ୍ତି ବିଶ୍ବବିଦ୍ୟାଳୟର କୁଳପତି । ଘଟଣାର ତଦନ୍ତ ପାଇଁ ଏକ ୫ ଜଣିଆ କମିଟି ଗଠନ କରାଯାଇଛି । ପୂର୍ବରୁ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ୨ ମାସ ତଳେ ସଂପୃକ୍ତ ସହକାରୀ ଅଧ୍ୟାପକ ନିଲମ୍ବିତ ହୋଇଥିଲେ ।

ଅଧ୍ୟାପିକାଙ୍କ ଅଭିଯୋଗ ଅନୁସାରେ, ଦୀର୍ଘ ୭ ବର୍ଷ ହେବ ଅଧ୍ୟାପକ ଜଣଙ୍କ ତାଙ୍କୁ ନିର୍ଯାତନା ଦେଇ ଆସୁଛନ୍ତି । ଅଧ୍ୟାପିକା ଜଣଙ୍କ ରାଜନୀତି ବିଜ୍ଞାନ ବିଭାଗର ସଂଯୋଜିକା ଦାୟିତ୍ୱରେ ରହିଛନ୍ତି । ଅଧ୍ୟାପିକାଙ୍କୁ ମେଲ୍‌ କରି ସଂପୃକ୍ତ ଅଧ୍ୟାପକ ବିଭାଗୀୟ ମୁଖ୍ୟ ହେବା ପାଇଁ ଯୋଗ୍ୟ ନୁହନ୍ତି ବୋଲି ଅଭିଯୋଗ କରିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ବିବାଦ ଉଗ୍ର ରୂପ ନେଇଥିଲା ବୋଲି ମହିଳା ଜଣଙ୍କ ଉଲ୍ଲେଖ କରିଛନ୍ତି ।

ଖାଲି ସେତିକି ନୁହେଁ ନିଶାସକ୍ତ ଅବସ୍ଥାରେ ଅଧ୍ୟାପକ ଆସୁଥିବା ବେଳେ ତାଙ୍କ ପାଇଁ ଶିକ୍ଷାର ବାତାବରଣ ନଷ୍ଟ ହେବାରେ ଲାଗିଛି । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଅଧ୍ୟାପକ ଯେତେବେଳେ ନିଳମ୍ବିତ ହୋଇଥିଲେ ସେହି ସମୟରେ ବିଭାଗ ବହୁତ ଭଲରେ ଚାଲିଥିଲା । ବର୍ତ୍ତମାନ ବିଭାଗର ଶାନ୍ତି ବ୍ୟାହତ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି ତେବେ କର୍ତ୍ତୃପକ୍ଷ ଏହି ଅଭିଯୋଗକୁ ଗୁରୁତର ସହ ନେଇ ଏହାର ତଦନ୍ତ ପାଇଁ ୫ ଜଣିଆ କମିଟି ଗଠନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.