ସେପ୍ଟେମ୍ବରରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଜରୁରୀ କାମ ଥିଲେ ଦେଖିନିଅନ୍ତୁ ଛୁଟି ତାଲିକା

ମାତ୍ର ୪ ଦିନ ପରେ ସେପ୍ଟେମ୍ବର ମାସ ଆରମ୍ଭ ହେବ । ଏହି ମାସରେ ୧୬ ଦିନ ବ୍ୟାଙ୍କ ଛୁଟି ରହିବ । ଆଇବିଆଇ ଛୁଟି ତାଲିକା ପ୍ରକାଶ କରିଛି । ବ୍ୟାଙ୍କରେ କିଛି ଜରୁରୀ କାମ ଥିଲେ ଦେଖନ୍ତୁ ତାଲିକା ।

ଅଗଷ୍ଟ ମାସ ଶେଷ ହେବାକୁ ଆଉ ମାତ୍ର ୪ ଦିନ ବାକି ରହିଛି । ଅଗଷ୍ଟ ପରେ ସେପ୍ଟେମ୍ବର ମାସ ଆରମ୍ଭ ହେବ । ସେପ୍ଟେମ୍ବର ୨୦୨୩ରେ ବ୍ୟାଙ୍କ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଏବଂ ରବିବାର ସହିତ ୧୬ ଦିନ ବନ୍ଦ ରହିବ । ରିଜର୍ଭ ବ୍ୟାଙ୍କ ଗାଇଡଲାଇନ୍ସ ମୁତାବକ, ରାଜ୍ୟର ସ୍ପେଶାଲ ଛୁଟି ସହିତ ସମସ୍ତ ପବ୍ଲିକ୍‌ ସେକ୍ଟର ବ୍ୟାଙ୍କ ବନ୍ଦ ରହିବ । ଯଦି ଆପଣଙ୍କ ବ୍ୟାଙ୍କରେ ଜରୁରୀ କାମ ରହିଛି, ତେବେ ବ୍ୟାଙ୍କ ଛୁଟିଦିନ ବିଷୟରେ ଜାଣିରଖିବା ଉଚିତ ।

ସେପ୍ଟେମ୍ବରରେ ୬,୭,୧୮,୧୯,୨୦, ୨୨,୨୫,୨୭,୨୮,୨୯ ତାରିଖ ସହିତ ବ୍ୟାଙ୍କ ଚତୁର୍ଥ ଶନିବାର ଏବଂ ରବିବାର ବନ୍ଦ ରହିବ ।

ବ୍ୟାଙ୍କ ଛୁଟି ତାଲିକା :

ସେପ୍ଟେମ୍ବର ୬ : କୃଷ୍ଣ ଜନ୍ମାଷ୍ଟମୀ
ସେପ୍ଟେମ୍ବର ୭ : କୃଷ୍ଣ ଜନ୍ମାଷ୍ଟମୀ
ସେପ୍ଟେମ୍ବର ୯ : ଦ୍ୱିତୀୟ ଶନିବାର
ସେପ୍ଟେମ୍ବର ୧୦ : ରବିବାର
ସେପ୍ଟେମ୍ବର ୧୭ : ରବିବାର
ସେପ୍ଟେମ୍ବର ୧୮ : ବରସିଦ୍ଧି ବିନାୟକ ଚତୁର୍ଥୀ
ସେପ୍ଟେମ୍ବର ୧୯ : ଗଣେଶ ପୂଜା
ସେପ୍ଟେମ୍ବର ୨୦ :ନୂଆଖାଇ
ସେପ୍ଟେମ୍ବର ୨୨ : ଶ୍ରୀ ନାରାୟଣ ଗୁରୁ ସମାଧି ଦିବସ
ସେପ୍ଟେମ୍ବର ୨୩ : ଚତୁର୍ଥ ଶନିବାର
ସେପ୍ଟେମ୍ବର ୨୪ : ରବିବାର
ସେପ୍ଟେମ୍ବର ୨୫ : ଶଙ୍କରାଦେବଙ୍କ ଜନ୍ମୋତ୍ସବ
ସେପ୍ଟେମ୍ବର ୨୭ : ମହମ୍ମଦ ପ୍ରଫେଟଙ୍କ ଜନ୍ମଦିନ
ସେପ୍ଟେମ୍ବର ୨୮ : ଇଦ୍‌ ମିଲାଦ
ସେପ୍ଟେମ୍ବର ୨୯ : ଇଦ୍‌ ମିଲାଦ

ଏଗୁଡିକ ମଧ୍ୟରୁ କିଛି ଛୁଟି ରାଜ୍ୟଭିତ୍ତିକ ଛୁଟି ରହିଛି । ବ୍ୟାଙ୍କ ବନ୍ଦ ସମୟରେ ଅନଲାଇନ କାରବାର ଚାଲିବ । ମୋବାଇଲ ବ୍ୟାଙ୍କିଂ, ଏଟିଏମ, ନଗଦ ଜମା, ଅନଲାଇନ ବ୍ୟାଙ୍କିଂ ଏନେଇ କୌଣସି ସମସ୍ୟା ହେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.