Below header

ବନ୍ଦ ଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନାର ସମରଦରି ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଦୀର୍ଘ ସମୟ ଧରି ଘର ବାହାରେ କବାଟ ବନ୍ଦ ରହିଥିଲା । ଝରକା ପଟେ ମହିଳାଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ ।

ସୁନ୍ଦରଗଡ଼(କେନ୍ୟୁଜ୍): ବନ୍ଦ ଘରେ ମହିଳାଙ୍କ ମୃତଦେହ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନାର ସମରଦରି ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଦୀର୍ଘ ସମୟ ଧରି ଘର ବାହାରେ କବାଟ ବନ୍ଦ ରହିଥିଲା । ଝରକା ପଟେ ମହିଳାଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମହିଳାଙ୍କ ସ୍ବାମୀ ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି । ମହିଳାଙ୍କୁ କିଏ କାହିଁକି ହତ୍ୟା କଲା ଅଧିକ ଖୋଳତାଡ କରୁଛି ପୋଲିସ । ଅନ୍ୟପଟେ ରାଉରକେଲାରୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିବା ପରେ ଅଧିକ ତଥ୍ୟ ଜଣାପଡିବ । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.