ସ୍କୁଟିକୁ ପଛ ପଟରୁ ପିଟି ଶହେ ମିଟର ଘୋଷାଡି ନେଲା କାର୍, ୨ ଜଣ ଗୁରୁତର

। ଦୁର୍ଘଟଣା ଏତେ ଭୟଙ୍କର ଥିଲେ ଯେ ସ୍କୁଟି ଚାଳକଙ୍କୁ ପାଖାପାଖି ଶହେ ମିଟର ଘୋଷାଡି ନେଇଥିଲା କାର୍ । ଭୁବନେଶ୍ବର ଉତ୍କଳ ହସ୍ପିଟାଲ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଥିରେ ୨ ଜଣ ଗରୁତର ହୋଇଛନ୍ତି ।

ଭୁବନେଶ୍ବର(କେନ୍ୟୁଜ୍):ଭୟଙ୍କର ଦୁର୍ଘଟଣା । ସ୍କୁଟିକୁ ପଛ ପଟରୁ ପିଟିଲା କାର୍ । ଦୁର୍ଘଟଣା ଏତେ ଭୟଙ୍କର ଥିଲେ ଯେ ସ୍କୁଟି ଚାଳକଙ୍କୁ ପାଖାପାଖି ଶହେ ମିଟର ଘୋଷାଡି ନେଇଥିଲା କାର୍ । ଭୁବନେଶ୍ବର ଉତ୍କଳ ହସ୍ପିଟାଲ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଥିରେ ୨ ଜଣ ଗୁରୁତର ହୋଇଛନ୍ତି ।

ଦୁର୍ଘଟଣାରେ ସ୍କୁଟି ସମ୍ପୂର୍ଣ୍ଣ ଚୁରମାର ହୋଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଉତ୍କଳ ହସ୍ପିଟାଲ ନିକଟରେ ସ୍କୁଟି ୟୁଟର୍ଣ୍ଣ କରୁଥିବା ବେଳେ ପଛ ପଟୁ ଧକ୍କା ଦେଇଥିଲା ଦ୍ରୁତ ଗତିରେ ଆସୁଥିବା କାର୍ । ସ୍କୁଟି ଚାଳକଙ୍କୁ ୧୦୦ ମିଟର ଯାଏ ଘୋଷାଡି ନେଇଥିଲା । ସ୍କୁଟି ଚାଳକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.