Below header

ବାଲୁଗାଁ : ହତ୍ୟା ପରେ ଜାଳିଦେଲେ, ଅର୍ଦ୍ଧଦଗ୍ଧ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର

ବାଲୁଗାଁ(କେନ୍ୟୁଜ୍) : ହତ୍ୟା ପରେ ଜାଳିଦେଲେ । ଅର୍ଦ୍ଧଦଗ୍ଧ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର। ବାଲୁଗାଁ ଥାନା ସରନଇ ଓଭରବ୍ରିଜ ନିକଟରୁ ଜଣେ ମହିଳାଙ୍କ ମୃତଦେହ ମିଳିଛି। ଗତକାଲି ରାତିରେ ଏହି ଘଟଣା ଘଟିଛି। ମହିଳା ଜଣଙ୍କ ପରିଚୟ ମିଳିପାରିନାହିଁ। ସଂପୂର୍ଣ୍ଣ ପୋଡିଯାଇଥିବାରୁ ତାଙ୍କୁ ଚିହ୍ନିବା କଷ୍ଟକର ହେଉଛି। କେହି ହତ୍ୟା ପରେ ମୃତଦେହକୁ ପୋଡି ଦେଇଥିବା ସନ୍ଦେହ କରାଯାଉଛି। ବାଲୁଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.