ଲକଡାଉନ ସମୟରେ ଗାଁର ସୁରକ୍ଷାକର୍ମୀ ସାଜିଲେ ମହିଳା ମଞ୍ଚର ସଦସ୍ୟାମାନେ, ଚୋରା ମଦ ବେପାରୀଙ୍କୁ ଗୋଡ଼ାଇ ଧରିଲେ

ଟାଙ୍ଗି(କେନ୍ୟୁଜ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଭବାନୀପୁର ପଞ୍ଚାୟତର ସାହସପୁର ଗତେଶ୍ବରପୁର ଆଞ୍ଚଳିକ ମହିଳା ମଞ୍ଚର ସଦସ୍ୟାମାନେ ଚୋରାମଦ ବେପାରୀଙ୍କୁ କାବୁ କରି ପୋଲିସ୍‌ ଜିମା ଦେଇଛନ୍ତି। ଦୁଇ ଜଣ ଯୁବକ ଏକ ମୋଟର ସାଇକେଲରେ ଚୋରା ଦେଶୀମଦ ବିକ୍ରୀ ପାଇଁ ନେଉଥିବା ବେଳେ ମହିଳା ସଂଘର ସଦସ୍ୟାମାନେ ଉଭୟଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଜଣେ ମଦ ବେପାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଅନ୍ୟଜଣଙ୍କୁ ସଂଘର ସଦସ୍ୟାମାନେ କାବୁ କରିବାରେ ସକ୍ଷମ ହୋଇଥିଲେ ।

ବାଣପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ବାଣପୁର ଥାନାକୁ ନେଇଛି । କିଛି ଦିନ ତଳେ ଅବକାରୀ ବିଭାଗ ଓ ବାଣପୁର ପୋଲିସ ମିଳିତ ଚଢ଼ାଉ କରି ବ୍ୟାପକ ଚୋରା ମଦ ଓ ପୋଚ ଜବତ କରିଥିଲେ । କିନ୍ତୁ ଲକ ଡାଉନ ସମୟରେ ପୋଲିସ ଲୋକଙ୍କ ସୁରକ୍ଷା ପାଇଁ ସଜାଗ ଥିବା ବେଳେ । ତାର ସୁଜଗ ନେଇ ଚତୁର ମଦ ବେପାରୀ ମାନେ ବିଭିନ୍ନ ଗଳା ବାଟ ଦେଇ ଖସି ବେପାର ବଢେଇବାରେ ସଫଳ ହେଉଛନ୍ତି । ଏହି ଘଟଣା ପରେ ମହିଳା ମଞ୍ଚର ସଦସ୍ୟାମାନଙ୍କ ଏପରି ସାହସିକତା କାର୍ଯ୍ୟକୁ ସ୍ଥାନୀୟ ଜନସାଧାରଣ ବେଶ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.