Below header

ଜଳିଗଲା ଚୋରା କାଠ ବୋଝେଇ ବୋଲେରୋ

ବାଂଶପାଳ (କେନ୍ୟୁଜ୍) : ଜଳିଗଲା ଚୋରା କାଠ ବୋଝେଇ ବୋଲେରୋ । କେନ୍ଦୁଝର ଜିଲ୍ଲା ଭୁଆଁ ଜୁଆଙ୍ଗ ପିଢ଼ ରେଞ୍ଜ ଅଧୀନରେ ଥିବା କାଦକଳା ଠାରେ ଏହି ଦୁର୍ଘଟଣା ଘଟିଛି । ଏକ ନମ୍ବର ବିହୀନ ବୋଲେରୋ ଚୋରା କାଠ ନେଇ ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗାଡ଼ିଟି ରାସ୍ତା ତଳକୁ ଓଲଟି ପଡ଼ିବା ପରେ ଏଥିରେ ନିଆଁ ଲାଗି ଯାଇଥିଲା । ଘଟଣା ସ୍ଥଳରେ କେହି ପହଞ୍ଚିବା ପୂର୍ବରୁ ଗାଡ଼ିଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ତେବେ ବନ ବିଭାଗ ପାଖରେ ଘଟଣା ସମ୍ପର୍କରେ ସୂଚନା ପହଞ୍ଚିବା ବେଳକୁ କାଠ ମାଫିଆମାନେ ଫେରାର ହୋଇଯାଇଥିଲେ । ବନ ବିଭାଗ ଅଧିକାରୀ ଓ ପୋଲିସ୍ ଘଟଣାର ତଦନ୍ତ କରୁଛନ୍ତି । ଅବଶ୍ୟ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ନିଆଁ ଲାଗି ଯାଇଥିଲା ନା ଧରାପଡ଼ିବା ଭୟରେ ଏହି ନମ୍ବର ବିହୀନ ଗାଡ଼ିରେ କାଠ ମାଫିଆମାନେ ନିଜେ ନିଆଁ ଲଗାଇ ଦେଇଥିଲେ ସେ କଥା ଏବେ ସନ୍ଦେହ ଭିତରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.