Below header

ବହୁଚର୍ଚ୍ଚିତ ରାଫେଲ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଶେଷ

ବହୁଚର୍ଚ୍ଚିତ ରାଫେଲ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ । ଫ୍ରାନ୍ସରୁ ୩୬ଟି ରାଫେଲ ଯୁଦ୍ଧ ବିମାନ କିଣାରେ ଦୁର୍ନୀତି ନେଇ ଅଭିଯୋଗକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ଆଜି ସୁପ୍ରିମକୋର୍ଟରେ ଯୁକ୍ତି ରଖିଥିଲେ । ସେହିପରି ଅଭିଯୋଗକାରୀ ଅରୁଣ ସୌରୀ କୋର୍ଟରେ ଉପସ୍ଥିତ ଥିଲେ । ଗତ ସୋମବାର ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଫେଲ ଯୁଦ୍ଧ ବିମାନ କିଣା ନେଇ କୋର୍ଟରେ ଉପସ୍ଥାପନ ହୋଇଥିବା ନୋଟ୍‌ ପାଇଥିବା କହିଥିଲେ ପ୍ରଶାନ୍ତ ଭୂଷଣ। ରାଫେଲ ବିମାନ କେଉଁ ପ୍ରକ୍ରିୟାରେ କିଣାଯାଇଛି, ଏହି ଡିଲରେ ରିଲିଆନ୍ସକୁ ଅଫ୍‌ସେଟ ପାର୍ଟନ କରାଯିବା ଓ ବିମାନର ଦର କିପରି ନିର୍ଦ୍ଧାରଣ ହୋଇଛି, ସେ ସଂପର୍କରେ ଉଲ୍ଲେଖ ନଥିବା ସେ କହିଥିଲେ । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେ.କେ. ଭେନୁଗୋପାଳ ପକ୍ଷ ରଖିଥିଲେ ।

କହିଥିଲେ, ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ ବିମାନ ଦର ଅଫିସିଆଲ ସିକ୍ରେସି ଆକ୍ଟର ଅନ୍ତର୍ଭୁକ୍ତ। ଏହି ତଥ୍ୟକୁ ଆର୍‌ଟିଆଇ ଆକ୍ଟରେ ମଧ୍ୟ ଦିଆଯାଇପାରିବ ନାହିଁ। ଏ ବିଷୟରେ ବିଶେଷଜ୍ଞମାନେ ନିଷ୍ପତ୍ତି ନେବା କଥା। ଦେଶରେ ପୁରୁଣା ଏୟାରକ୍ରାଫ୍ଟ ବଦଳରେ ନୁଆ ବିମାନ ପାଇଁ ସରକାର ଏ ପଦକ୍ଷେପ ନିଆଯାଇଥିବା ଆଟର୍ଣ୍ଣି ଜେନେରାଲ କୋର୍ଟଙ୍କୁ ଜଣାଇଥିଲେ । ପ୍ରଧାନବିଚାରପତିଙ୍କ ନିକଟରେ ଡେପୁଟି ଚିଫ୍‌ ଏୟାର ଷ୍ଟାଫ୍‌, ଏୟାର ମାର୍ସଲ ଭି.ଆର. ଚୌଧୁରୀ ଏବଂ ଏୟାର ଫୋର୍ସର ଅନ୍ୟ ଦୁଇ ଜଣ ବରିଷ୍ଠ ଅଧିକାରୀ ଉପସ୍ଥିତ ହୋଇ ମତ ରଖିଥିଲେ । ଏହି ଶୁଣାଣି ପରେ କୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.