ଇତିହାସ ରଚିଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ

ଇତିହାସ ରଚିଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ । ମହାକାଶକୁ ଗଲା ଭାରତର ସବୁଠୁ ଓଜନିଆ ସାଟେଲାଇଟ୍ । GSAT-29ର ଉତକ୍ଷେପଣ ସଫଳ ହୋଇଛି। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧଓ୍ଵନ ସ୍ପେଶ୍ ସେଣ୍ଟରରୁ ସନ୍ଧ୍ୟା ୫ଟା ୮ ମିନିଟରେ ଏହାର ଉତକ୍ଷେପଣ କରାଯାଇଥିଲା । ସବୁଠାରୁ ଶକ୍ତିଶାଳୀ ରକେଟ୍ GSVL Mkରେ ଏହି ସାଟେଲାଇଟ୍କୁ ମହାକାଶକୁ ପଠାଇଥିଲା ଇସ୍ରୋ । ଉତକ୍ଷେପଣର ୧୬ ମିନିଟ ଭିତରେ GSAT-29କୁ ନିଜ କକ୍ଷପଥରେ ଅବସ୍ଥାପିତ କରାଇଥିଲା GSVL Mk ଥ୍ରୀ ରକେଟ୍ । ଏପର୍ଯ୍ୟନ୍ତ ଭାରତ ପଠାଇଥିବା ସବୁଠୁ ଓଜନିଆ ଉପଗ୍ରହ GSAT-29 । ଏହାର ଓଜନ ୩୪୨୩ କିଲୋଗ୍ରାମ୍ । ୧୦ ବର୍ଷିଆ ମିଶନ ପାଇଁ ଏହାକୁ ଡିଜାଇନ୍ କରାଯାଇଛି ।

ଯୋଗାଯୋଗ କ୍ଷେତ୍ରରେ ଏହି ସାଟେଲାଇଟ୍ କାର୍ଯ୍ୟ କରିବ । ବିଶେଷ କରି ଜମ୍ମୁ କାଶ୍ମୀର ସମେତ ଉତ୍ତର-ପୂର୍ବ ଭାରତରେ ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ଯୋଗାଇବାରେ ବେଶ ସହାୟକ ହେବ । ସେହିପରି GSAT-29 ଉପଗ୍ରହକୁ ନେଇ ଯାଇଥିବା ରକେଟ୍ GSVL Mk ଥ୍ରୀ ମଧ୍ୟ ଭାରତର ସବୁଠୁ ଓଜନିଆ ଓ ଶକ୍ତିଶାଳୀ ରକେଟ୍ । ଏହାର ଓଜନ ୬୪୦ କିଲୋଗ୍ରାମ୍ । ଏହା ଭାରତରେ ନିର୍ମିତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.