Below header

କୋଟେନଚୁଆଁ ସେବାଶ୍ରମର ଛାତ୍ରୀ ମୃତ୍ୟୁ ଘଟଣା, ପ୍ରଧାନ ଶିକ୍ଷକ ନିଲମ୍ବିତ

ନୂଆପଡା(କେନ୍ୟୁଜ୍) : କୋଟେନଚୁଆଁ ସେବାଶ୍ରମର ୪ର୍ଥ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ସେବାଶ୍ରମର ପ୍ରଧାନ ଶିକ୍ଷକ ନିଲମ୍ବିତ । ପ୍ରଧାନ ଶିକ୍ଷକଙ୍କ ଅବହେଳା ପାଇଁ ତାଙ୍କୁ ଜିଲ୍ଳାପାଳ ନିଲମ୍ବିତ କରିଥିବା ଜଣାପଡିଛି । ଗତ ରବିବାର କୋଟେନଚୁଆଁ ସେବାଶ୍ରମର ୪ର୍ଥ ଶେଣୀ ଛାତ୍ରୀ ମିଲି ଶବରଙ୍କ ଆକସ୍ମିକ ଭାବେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ପରିବାର ଲୋକେ ଆଶ୍ରମ କର୍ତ୍ତୁପକ୍ଷଙ୍କ ଅବହେଳାକୁ ଦାୟୀ କରିଥିଲେ । ଏହାକୁ ପ୍ରତିବାଦ କରି ଛାତ୍ରୀଙ୍କ ପରିବାର ଲୋକେ ଓ ନୂଆପଡା ମିଳିତ ଏକତା ମଂଚର କର୍ମକର୍ତ୍ତା ହସ୍ପିଟାଲରେ ଧାରଣା ଦେଇଥିଲେ । ଏହାର ତଦନ୍ତ ଦାୟିତ୍ୱ ଉପଜିଲ୍ଲାପାଳ ଓ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଦିଆଯାଇଥିଲା । ରିପୋର୍ଟ ଆସିବା ପରେ ପ୍ରଧାନ ସେବକ ନରେଶ କୁମାର ଖମାରୀଙ୍କୁ ନିଲମ୍ବିତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.