ରାଜ୍ୟସ୍ତରୀୟ ସୁରଭି ଉଦଘାଟିତ, ସଚେତନତାର ବାର୍ତ୍ତା ବାଣ୍ଟିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍) : ଶିଶୁ ଦିବସରେ ରାଜ୍ୟ ସ୍ତରୀୟ ସୁରଭି-୨୦୧୮ ଉଦଘାଟିତ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଏହି କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଇକେଲ ଶୋଭାଯାତ୍ରା କରାଯାଇଥିଲା । ଏହି ଶୋଭାଯାତ୍ରା ଫରେଷ୍ଟ ପାର୍କ ଠାରୁ ବାହାରି ୟୁନିଟ-୯ ବାଳକ ବିଦ୍ୟାଳୟ ଯାଏଁ ଯାଇଥିଲା । ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଶିକ୍ଷା ଓ ନାରୀ ସୁରକ୍ଷା ନେଇ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ । ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ବଦ୍ରିନାରୟଣ ପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ କାର୍ୟ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ରାଜ୍ୟର ବିଭିନ୍ନ ଜିଲ୍ଲାର ଛାତ୍ରଛାତ୍ରୀମାନେ ଏହି କାର୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି ।
ଶିଶୁ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁନିକୁନି ପିଲା । ଓ୍ଵଜଡମ୍ ଟ୍ରି ଗ୍ଳୋବାଲ ସ୍କୁଲର କୁନିକୁନି ପିଲା ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଭେଛା ଜଣାଇବା ସହ ଚକୋଲେଟ୍ ବାଣ୍ଟିଥିଲେ ।