Below header

ଜମି ଜମା ବିବାଦକୁ ନେଇ ସାମାଜିକ ବାସନ୍ଦ, ୪ ବର୍ଷ ହେଲା ଦଣ୍ଡ ଭୋଗୁଛନ୍ତି ପରିବାର ଲୋକ

କଟକ (କେନ୍ୟୁଜ୍) : ଜମିଜମା ବିବାଦକୁ ନେଇ ଦୀର୍ଘ ୪ବର୍ଷ ହେଲା ସାମାଜିକ ବାସନ୍ଦ ହୋଇ ରହିଛନ୍ତି ଆଠଗଡ଼ ଥାନା ପତଣ୍ଡା ଗ୍ରାମର ରମାକାନ୍ତଙ୍କ ପରିବାର । ଏକ ଜମିଜମା ମାମଲାକୁ ନେଇ ତାଙ୍କ ପରିବାରକୁ ନିଆଁ ପାଣି ଅଟକ ହୋଇଛି । ହଇରାଣ କରିବା ଉଦ୍ଦେଶ୍ୟରେ ଗାଁର ଜଣେ ଶିକ୍ଷକ ନେତା ଏଭଳି କରିଥିବାର ଅଭିଯୋଗ ହୋଇଛି । ଅନ୍ୟପଟେ ଗତ ଦଶହରା ଭସାଣୀରେ ରମାକାନ୍ତଙ୍କ ଘର ଉପରକୁ ଟେକା ପଥର ମାରିବା ସହ ୨ଟି ଗାଡ଼ି ଭାଙ୍ଗି ଦେଇଥିବା ଆଠଗଡ଼ ଥାନାରେ ଅଭିଯୋଗ କରିଛନ୍ତି ରମାକାନ୍ତ । ଏ ସମ୍ପର୍କରେ ତଦନ୍ତ କରାଯାଇ ଘଟଣାର ସମାଧାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.