ଆଜି ଦେଶବ୍ୟାପୀ ଟ୍ରକ୍ ଧର୍ମଘଟ

ନୁଆଦିଲ୍ଲୀ: ଦେଶବ୍ୟାପୀ ଟ୍ରକ୍ ଧର୍ମଘଟ। ୬ ଦଫା ଦାବିରେ ଆଜି ସକାଳ ୬ଟାରୁ ଅନିର୍ଦ୍ଧିଷ୍ଟକାଳ ପର୍ୟ୍ୟନ୍ତ ଟ୍ରକ ଧର୍ମଘଟ ଆରମ୍ଭ ହୋଇଛି। ଅଖିଳ ଭାରତୀୟ ମୋଟର ପରିବହନ କଂଗ୍ରେସ ପକ୍ଷରୁ ଚକାଜାମ ନାଁରେ ଡାକରା ଦିଆଯାଇଥିବା ଏହି ଧର୍ମଘଟରେ ଦେଶବ୍ୟାପୀ ୯୩ଲକ୍ଷ ଟ୍ରକ ସାମିଲ୍ ହୋଇଛନ୍ତି। ଓଡ଼ିଶାରୁ ସାମିଲ ହୋଇଛନ୍ତି ପ୍ରାୟ ୨ଲକ୍ଷ ଟ୍ରକ। ଫଳରେ ରାଜ୍ୟରେ ସମସ୍ତ ଟ୍ରକ ଚଳାଚଳ ବନ୍ଦ ରହିଛି।
ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପକୁ ବିରୋଧ କରି ସଂଘ ପକ୍ଷରୁ ଏହି ଧର୍ମଘଟ ଡାକରା ଦିଆଯାଇଛି। ଟୋଲ ଗେଟ ଉଚ୍ଛେଦ କରିବା, ଡିଜେଲ ମୂଲ୍ୟରେ ହ୍ରାସ ଏବଂ ତୃତୀୟ ପକ୍ଷ ବୀମା ପ୍ରିମିୟମରେ ହ୍ରାସ ଘଟାଇବା ଆଦି ୬ଦଫା ଦାବି କରିଛି ସଂଘ। ତେବେ କ୍ଷୀର ଏବଂ ଔଷଧ ଭଳି ଅତ୍ୟାବଶ୍ୟକ ପରିବହନକୁ ଧର୍ମଘଟରୁ ବାଦ ଦିଆଯାଇଛି।